ରାଉରକେଲା : ନାବାଳକ ଉପରେ ପୁଲିସ ନିର୍ୟାତନାର ସାଂଘାତିକ ଅଭିଯୋଗ । ରାଉରକେଲା ଉଦିତନଗର ଥାନା ପୁଲିସ ବିରୋଧରେ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ । ମୋବାଇଲ ଚୋରି ମାମଲାରେ ଜଣେ ୧୪ ବର୍ଷର ନାବାଳକକୁ ଘରୁ ଉଠାଇ ଆଣି ଥାନାରେ ୨୪ ଘଂଟାରୁ ଅଧିକ ସମୟ ଅଟକ ରଖିବା, ପଚରା ଉଚରା କରିବା ସମୟରେ ମାଡ ମାରିବା, ଏପରିକି ବିଦ୍ୟୁତ ଝଟକା ଦିଆଯାଇଥିବା ଅଭିଯୋଗ ହୋଇଛି । ରାଉରକେଲା ଟିମ୍ବର କଲୋନୀ ଅଂଚଳର ଜଣେ ବୃଦ୍ଧା ଓ ତାଙ୍କ ନାତି ପୁଲିସ ବିରୋଧରେ ଜିଲ୍ଲା ଶିଶୁ ମଙ୍ଗଳ ସମିତି ଆଗରେ ଏହି ଅଭିଯୋଗ କରିଛନ୍ତି । ଶିଶୁ ମଙ୍ଗଳ ସମିତିର ନିର୍ଦ୍ଦେଶ ଆଧାରରେ ଚାଇଲଡ ଲାଇନ ପକ୍ଷରୁ ସଂପୃକ୍ତ ନାବାଳକର କାଉନସେଲିଂ ଓ ବୟାନ ରେକର୍ଡ କରାଯାଇଥିବା ସୂଚନା ମିଳିଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0