spot_img

ଜଙ୍ଗଲରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

କେନ୍ଦୁଝର : କେନ୍ଦୁଝରରେ ଅଜଣା ବ୍ୟକ୍ତିଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର।ସଦର ଥାନା ଅନ୍ତର୍ଗତ କେନ୍ଦୁଆ ଗାଁ ନିକଟ ପଟାସ ଜଙ୍ଗଲରୁ ଜଣେ ଅଜଣା ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଛି। ଯୁବକଙ୍କ ପରିଚୟ ମିଳିପାରି ନଥିବାବେଳେ ମୃତ ଦେହଟି ନଗ୍ନ ଅବସ୍ଥାରେ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି। ଆଜି ସକାଳୁ ସକାଳୁ ସ୍ଥାନୀୟ ଲୋକେ ଏହାକୁ ଦେଖି ସଦର ପୋଲିସକୁ ନେଇ ଖବର ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ଯୁବକଙ୍କ ମୃତ୍ୟୁ କେଉଁ କାରଣରୁ ହୋଇଥିବା ଜଣାପଡ଼ି ନଥିବା ବେଳେ ମୃତଦେହକୁ ଦେଖିଲେ କେହି ହତ୍ୟା କରି ଏଠାରେ ଫୋପାଡି ଦେଇଥିବା ସନ୍ଦେହ କରାଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular