ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ବେଲଗାଁ ଥାନା ଅନ୍ତର୍ଗତ ବାବୁ ଉଳବା ଛକରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏଥିରେ ଜଣେ ପ୍ରାଣ ହରାଇଥିବା ବେଳେ ଅନ୍ୟଜଣେ ଆହତ ହୋଇଛନ୍ତି ।
ସୂଚନାନୁସାରେ, ସହଦେବ ସାହୁ ଓ ବୈଷ୍ଣବ ଭୋଇ ନାମକ ଦୁଇ ବ୍ୟକ୍ତି ବେଲଗାଁ ଢାବାରୁ ଖାଇ ଫେରୁଥିଲେ । ବାବୁ ଉଳବା ଛକ ନିକଟରେ ସେମାନେ ଆସୁଥିବା ବାଇକଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଘଟଣାସ୍ଥଳରେ ବୈଷ୍ଣବ ଭୋଇ ମୃତ୍ୟୁବରଣ କରିଥିଲେ । ତେବେ ସହଦେବ ସାହୁ ଆହତ ହୋଇଛନ୍ତି । ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଆହତ ସହଦେବ ପୋଲିସ କନଷ୍ଟେବଳ ଭାବେ କାର୍ଯ୍ୟ କରୁଥିବା ସୂଚନା ମିଳିଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0