ନୂଆଦିଲ୍ଲୀ: ଜମୁôନା ନଦୀରେ ମିଳିବ ସିପ୍ଲେନ୍ ସୁବିଧା । ପର୍ଯ୍ୟଟକ ଓ ପରିଭ୍ରମଣକାରୀଙ୍କୁ ସୁବିଧା ସହିତ କମ ସମୟରେ ଅଧିକ ସ୍ଥାନ ଭ୍ରମଣ କରିବାକୁ ଯୋଜନା କରିଛନ୍ତି ସରକାର । ଏହାକୁ ଆଖିରେ ରଖି ଖୁବଶୀଘ୍ର ଜିଲ୍ଲୀର ଯମୁନା ନଦୀରୁ ଅଯୋଧ୍ୟା ଏବଂ ମୁମ୍ବାଇର ଶିରିଡି ଅଞ୍ଚଳକୁ ଆସୁଥିବା ପର୍ଯ୍ୟଟକଙ୍କୁ ସିପ୍ଲେନର ସୁବିଧା ଓ ସେବା ସରକାରଙ୍କ ପକ୍ଷରୁ ଯୋଗାଇ ଦେବାର ଯୋଜନା ରହିଛି । ଏନେଇ କେନ୍ଦ୍ର ସରକାରଙ୍କ ଜାହାଜ ଚଳାଚଳ ମନ୍ତ୍ରଣାଳୟ ଅଧୀନରେ ଥିବା ସାଗରମାଳା ସିପ୍ଲେନ୍ ସେବା ଏଥିପାଇଁ ଆଗ୍ରହୀ କମ୍ପାନୀମାନଙ୍କୁ ଆମନ୍ତ୍ରଣ କରିଛି । ଖୁବ୍ ଶୀଘ୍ର ଏହି ସେବା ଆରମ୍ଭ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି । ଆଗାମୀ ଦିନରେ ଏହି ସି ପ୍ଲେନ ସେବା ଦେଶର ଅନ୍ୟ ସମୁଦ୍ର ମାର୍ଗ ଅଞ୍ଚଳରେ ମଧ୍ୟ ଆରମ୍ଭ ହୋଇପାରେ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0