ନୂଆଦିଲ୍ଲୀ: ବିବାଦ ଘେରରେ ଭାରତୀୟ ଖେଳାଳି । ଟିମ ଇଣ୍ଡିଆର କିଛି ଖେଳାଳିଙ୍କୁ ନେଇ ଏବେ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ହେଉଛି । ଟିମ ଇଣ୍ଡିଆର ଖେଳାଳିମାନେ ଏକ ରେଷ୍ଟୁରାଣ୍ଟରେ ଖାଉଥିବାର ଫଟୋ ସହ ଏକ ବିଲ ମଧ୍ୟ ଖୁବ ଭାଇରାଲ ହେଉଛି । ଏହି ବିଲରେ ଗୋମାଂସ ଅର୍ଡର ହୋଇଥିବା ଦେଖାଯାଇଛି, ଯାହାକୁ ଭାରତୀୟ ଖେଳାଳିମାନେ ଅର୍ଡର କରିଛନ୍ତି ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । ଫଟୋରେ ରୋହିତ ଶର୍ମାଙ୍କ ସହ ରିଷବ ପନ୍ତ, ଶୁଭମନ ଗିଲ, ପୃଥୀ ସ ଓ ନବଦୀପ ସାଇନୀଙ୍କୁ ମଧ୍ୟ ଦେଖିବାକୁ ମିଳିଛି। ତେବେ ଏହାକୁ ନେଇ ଜାତୀୟ ଗଣମାଧ୍ୟମରେ ମଧ୍ୟ ଖବର ପ୍ରକାଶ ପାଇଛି । ଏହି ଘଟଣାର ପ୍ରକୃତ ସତ କି ନାହିଁ ଏ ଯାଏଁ ସାମ୍ନାକୁ ଆସିପାରିନାହିଁ । ଏହାସହ ବିସିସିଆଇ ପକ୍ଷରୁ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ଅନ୍ୟପକ୍ଷରେ ଏହି ସମୟରେ ଆଉ ଏକ ଘଟଣା ମଧ୍ୟ ସାମ୍ନାକୁ ଆସିଛି । ରେଷ୍ଟୁରାଣ୍ଟକୁ ଯାଇ ଭାରତୀୟ ଖେଳାଳିମାନେ କୋଭିଡ ନିୟମ ଉଲ୍ଲଘଂନ କରିଥିବାରୁ ସେମାନଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି ବୋଲି ସୂଚନା ମିଳିଛି । ପ୍ରୋଟୋକଲ ଅନୁସାରେ ଖେଳାଳିମାନେ ଆଉଟଡୋର ବ୍ୟବସ୍ଥାରେ ଖାଇବାକୁ ଯାଇପାରିବେ, ହେଲେ ସାମାଜିକ ଦୂରତା ପାଳନ କରିବା ବାଧ୍ୟତାମୂଳକ ରହିଛି । କିନ୍ତୁ ଫଟୋରେ ସମସ୍ତେ ଏକାଠି ଖାଉଥିବାର ଦେଖିବାକୁ ମିଳିଥିଲା । ଯାହା ପରେ ସୋସିଆଲ ମିଡିଆରେ ବିବାଦ ଘେରକୁ ଆସିଛନ୍ତି ଭାରତୀୟ ଖେଳାଳି।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0