ସମ୍ବଲପୁର : ସମ୍ବଲପୁର ବୁର୍ଲା ସ୍ଥିତ ମହାନଦୀ ପୋଲ ତଳୁ ମୃତଦେହ ମିଳିଥିବା ଯୁବତୀଙ୍କ ପରିଚୟ ମିଳିଛି । ମୃତ ଯୁବତୀ ଜଣଙ୍କ ସୋନପୁର ଡୁଙ୍ଗୁରୀପାଲୀ ଗଣ୍ଡପାଲୀ ଗାଁର ପିଙ୍କି ସାହୁ ବୋଲି ଜଣାପଡିଛି । ପରିବାର ଲୋକ ବୁର୍ଲା ଫାଣ୍ଡିକୁ ଆସି ଝିଅକୁ ଚିହ୍ନଟ କରିଛନ୍ତି । ସୂଚନାଯୋଗ୍ୟ ଯେ, ଗତ ୩ ତାରିଖରୁ ସୋନପୁର ଡୁଙ୍ଗୁରୀପାଲୀ ଗଣ୍ଡପାଲୀ ଗାଁର ପିଙ୍କି ସାହୁ ନିଖୋଜ ଥିଲେ । ପରିବାରଲୋକଙ୍କ କହିବା ଅନୁସାରେ ପିଙ୍କି ୩ ତାରିଖ ଦିନ ଘରୁ ସାଇକେଲ ଧରି ବାହାରିଥିଲେ । ଘରୁ ବାହାରିବା ବେଳେ କାହା ସହ କିଛି ଝଗଡା ହୋଇନଥିବା ପରିବାରଲୋକ ସ୍ପଷ୍ଟ କରିଛନ୍ତି । ସେଦିନ ଘରୁ ବାହାରିଥିଲେ ମଧ୍ୟ ପିଙ୍କି ଆଉ ଘରକୁ ଫେରିନଥିଲେ । ତେବେ ପରିବାରଲୋକ ଡୁଙ୍ଗୁରୀପାଲୀ ଥାନାରେ ଝିଅ ନିଖୋଜ ନେଇ ଏତଲା ଦେଇଥିଲେ । ଗତ ୩ ତାରିଖରେ ସନ୍ଧ୍ୟାରେ ବୁର୍ଲା ସ୍ଥିତ ମହାନଦୀ ପୋଲ ତଳୁ ଜଣେ ଅଚିହ୍ନା ଯୁବତୀଙ୍କ ମୃତଦେହ ମିଳିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ତାଙ୍କ ପରିବାରଲୋକଙ୍କୁ ୪ତାରିଖରେ ଫୋନ ଯାଇଥିଲା । ସେମାନେ ତୁରନ୍ତ ଡୁଙ୍ଗୁରୀପାଲୀ ଥାନାରେ ପହଞ୍ଚି ଫଟୋ ଦେଖି ମୃତ ଯୁବତୀ ଜଣଙ୍କୁ ପରିବାରଲୋକ ତାଙ୍କ ଝିଅ ବୋଲି ଚିହ୍ନଟ କରିଥିଲେ ।



Visitors Today : 4
Total Visitors : 130173
Total Views : 9891620
Visitors Online Now : 0