କଲମ୍ପୋ: ଆସନ୍ତା ଶ୍ରୀଲଙ୍କା ବିପକ୍ଷ ମ୍ୟାଚ ଖେଳିବା ପାଇଁ ଇଂଲଣ୍ଡ ଦଳ ଶ୍ରୀଲଙ୍କା ପହଞ୍ଚିଛି । ଏହା ପରେ ଇଂଲଣ୍ଡ ଦଳର ସମସ୍ତ ଖେଳାଳିଙ୍କ କରୋନା ଟେଷ୍ଟ କରାଯାଇଥିଲା । ଏହି ଟେଷ୍ଟରେ ଇଂଲଣ୍ଡ ଦଳର ଅଲରାଉଣ୍ଡର ମୋଇନ ଅଲି କରୋନାରେ ସଂକ୍ରମିତ ହୋଇଥିବା ଖବର ସାମ୍ନାକୁ ଆସିଥିଲା । ଏନେଇ ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ ଗଣମାଧ୍ୟମ ନିକଟକୁ ସ୍ପଷ୍ଟ କରିଛି । ଏହା ସହ ଆଗାମୀ ୧୦ ଦିନ ପର୍ଯ୍ୟନ୍ତ ସେ କ୍ୱାରାଣ୍ଟାଇନରେ ରହିବାର ସୂଚନା ମିଳିଛି ।



Visitors Today : 0
Total Visitors : 130169
Total Views : 9891615
Visitors Online Now : 0