ନୂଆଦିଲ୍ଲୀ: ନୂଆ ସଂସଦ ଭବନ ନିର୍ମାଣ କାମକୁ ସୁପ୍ରିମକୋର୍ଟ ପକ୍ଷରୁ ମଞ୍ଜୁରୀ ମିଳିଲା । ଡିସେମ୍ବର ୨୦୨୦ ରେ ନୂଆ ସଂସଦ ଭବନ ନିର୍ମାଣରେ ସୁପ୍ରିମକୋର୍ଟ ପକ୍ଷରୁ ପରିବେଶ ସମ୍ପର୍କିତ କାରଣରୁ ବାଧା ସୃଷ୍ଟି କରାଯାଇଥିଲା । ମଙ୍ଗଳବାର ଏହାକୁ ଅନୁମୋଦନ ମିଳିଛି । ଏହାଦ୍ୱାରା ପ୍ରକଳ୍ପ ବାଟରେ ଥିବା କଣ୍ଟା ହଟିଯାଇଛି । ମାତ୍ର ନିର୍ମାଣ ଅଞ୍ଚଳରେ ସ୍ମୋଗ୍ ଟାୱାର ଲଗାଇବା ବାଧ୍ୟତାମୂଳକ କରାଯାଇଛି । ପ୍ରସ୍ତାବିତ ଅଞ୍ଚଳରେ ୮୭୬ ଆସନ ବିଶିଷ୍ଟ ଲୋକସଭା ଏବଂ ୪୦୦ ଆସନ ବିଶିଷ୍ଟ ରାଜ୍ୟସଭା ନିର୍ମାଣ କରାଯିବ । ସେହିପରି ୧୨୨୪ ଆସନ ବିଶିଷ୍ଟ ରାଜ୍ୟ ସଭା ଗୃହ ନିର୍ମାଣ ହେବ । ଏଠାରେ ୧୦ ଟି ବ୍ଲଲ୍ଡିଂ ନିର୍ମାଣ କରାଯିବ । ସେଥିରୁ ୫୧ ଟି ମନ୍ତ୍ରଣାଳୟ ରହିବ । ମନ୍ତ୍ରଣାଳୟକୁ ମେଟ୍ରୋ ଷ୍ଟେସନ ସହିତ ଭୂଗର୍ଭ ମାର୍ଗ ଦ୍ୱାରା ସଂଯୋଗ କରାଯିବ । ରାଷ୍ଟ୍ରପତି ଭବନ ନିକଟରେ ଉପରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ପାଇଁ ନୂଆ ନିବାସ ମଧ୍ୟ ନିର୍ମାଣ କରାଯିବ । ସେଥିରେ ୫୧ ଟି ମନ୍ତ୍ରଣାଳୟ ରହିବା । ମନ୍ତ୍ରଣାଳୟକୁ ମେଟ୍ରୋ ଷ୍ଟେସନ୍ ସହିତ ଭୂଗର୍ଭ ମାର୍ଗ ଦ୍ୱାରା ସଂଯୋଗ କରାଯିବ । ରାଷ୍ଟ୍ରପତି ଭବନ ନିକଟରେ ଉପରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ପାଇଁ ନୂଆ ନିବାସ ମଧ୍ୟ ନିର୍ମାଣ କରାଯିବ । ଏହି ପ୍ରକଳ୍ପ ପାଇଁ ୧ ହଜାର କୋଟି ଟଙ୍କାର ବ୍ୟୟ ଅଟକଳ ପ୍ରସ୍ତୁତ କରାଯାଇଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0