spot_img

ଆଉ ମାତ୍ର ୨୦୦ ଦିନ ରହିଲା ଅଲମ୍ପିକ୍ସ

ଟୋକିଓ: ଟୋକିଓ ଅଲମ୍ପିକ୍ସକୁ ଆଉ ମାତ୍ର ୨୦୦ ଦିନ ରହିଛି । ଏନେଇ ଟୋକିଓ ସହର ଓ ଏହାର ଆଖପାଖ ଅଞ୍ଚଳରେ କିଛି ଦିନ ହେଲା ନୂଆ କରୋନା ସଂକ୍ରମିତ ଦେଖିବାକୁ ମିଳୁଥିବାରୁ ପ୍ରଧାନମନ୍ତ୍ରୀ ୟୋଶିଦେ ସୁଗା ପ୍ରଦେଶରେ ଜରୁରିକାଳୀନ ପରିସ୍ଥିତି ଜାରି କରିବା ଲାଗି ବିଚାର କରୁଛନ୍ତି । ଜାପାନକୁ ଅଲିମ୍ପିକ୍ସ ପାଇଁ ପାଖାପାଖି ୧୫,୦୦୦ ଆଥଲେଟ ଓ ପାରାଅଲମ୍ପିକ୍ସ ଆଥଲେଟ ଆସିବେ । ତେବେ ଆଥଲେଟ୍ସ ଭିଲେଜରେ ସେମାନଙ୍କୁ କିପରି ସୁରକ୍ଷିତ ଭାବେ ରଖାଯାଇ ପାରିବ ସେ ନେଇ ପ୍ରସ୍ତୁତ ଯୋଜନା ସମ୍ପର୍କରେ ନୂଆବର୍ଷରେ ଘୋଷଣା କରାଯିବ ବୋଲି ଅଫିସିଆଲମାନେ ପ୍ରତିଶୃତି ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular