spot_img

ଦୃଢ଼ ସ୍ଥିତିରେ ନ୍ୟୁଜଲାଣ୍ଡ ଦଳ

ଖ୍ରୀଷ୍ଟଚର୍ଚ୍ଚ: ନ୍ୟୁଜଲାଣ୍ଡ ଦଳର ବିସ୍ଫୋରକ ବ୍ୟାଟ୍ସମ୍ୟାନ କେନ ୱିଲିୟମସନଙ୍କ ଶତକ ଫଳରେ ପାକିସ୍ତାନ ବିପକ୍ଷ ଟେଷ୍ଟରେ ନିଜର ସ୍ଥିତିକୁ ମଜଭୁତ କରିପାରିଛି ନ୍ୟୁଜଲାଣ୍ଡ ଦଳ । ତେବେ ପାକିସ୍ତାନ ପ୍ରଥମ ଇନିଂସରେ ୨୯୭ ରନ କରିଥିବା ବେଳେ ନ୍ୟୁଜଲାଣ୍ଡ ସୋମବାର ଦ୍ୱିତୀୟ ଦିବସ ଶେଷସୁଦ୍ଧା ୩ ୱିକେଟ ହରାଇ ୨୮୯ ରନ ସଂଗ୍ରହ କରିଛି । ଯାହାଫଳରେ ୭ ୱିକେଟ ସୁରକ୍ଷିତ ରଖି ମାତ୍ର ୧୧ ରନରେ ପଛରେ ରହିଛି ଘରୋଇଦଳ । ଅନ୍ୟପଟେ ୱିଲିୟମସନ କ୍ରମାଗତ ଭାବରେ ୩ଟି ଟେଷ୍ଟ ମ୍ୟାଚରେ ଚମକ୍ରାର ପ୍ରଦର୍ଶନ କରି ୩ଟି ଶତକ ଅର୍ଜନ କରିଥିଲେ । ଏହା ସହ ସେ ୱେଷ୍ଟଇଣ୍ଡିଜ ବିପକ୍ଷରେ ୨୫୧ ରନ କରିବାପରେ ଏହି ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ ପାକିସ୍ତାନ ବିପକ୍ଷ ପ୍ରଥମ ଟେଷ୍ଟରେ ୧୨୯ରନ ସ୍କୋର କରିଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular