ଭୁବନେଶ୍ବର: କରୋନା ଟିକାକରଣ ପାଇଁ ଆମେ ପ୍ରସ୍ତୁତ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଟିକା ଦେବାକୁ ୨୯ ହଜାର କେନ୍ଦ୍ର ରହିଛି, ହେଲେ ପ୍ରଥମ ପର୍ୟ୍ୟାୟରେ ଏତେ କେନ୍ଦ୍ର ଦରକାର ହେବନାହିଁ। , ଟିକାକରଣ କେନ୍ଦ୍ରରେ ସବୁ ବ୍ୟବସ୍ଥା ଠିକ ଅଛି ନା ନାହିଁ, ପ୍ରତୀକ୍ଷାଳୟ, ଟିକାକରଣ ଓ ନିରୀକ୍ଷଣ ରୁମ ଅଛି ନା ନାହିଁ ତଦାରଖ ହେବ ବୋଲି ଡାକ୍ତର ବିଜୟ ପାଣିଗ୍ରାହୀ କହିଛନ୍ତି। ପ୍ରଥମେ ୱେଟିଂ ରୁମରେ ଟିକା ପାଇବା ଲୋକଙ୍କ ତଥ୍ୟ ଯାଞ୍ଚ ହେବ ଯେ ତାଙ୍କ ନାଁ ଡାଟାବେସରେ ଅଛି କି ନାହିଁ। ଏହି ପରେ ରୁମରେ ତାଙ୍କ ବାକି ତଥ୍ୟ ଯାଞ୍ଚ ହୋଇ ଟିକା ଦିଆଯିବ। ଟିକା ହାତର କାନ୍ଧ ତଳେ ଦିଆଯିବ, ଟିକା ନେବା ପରେ ବ୍ୟକ୍ତିଙ୍କୁ ଅବଜରଭେସନ ରୁମରେ ୩୦ ମିନିଟ ରଖାଯିବ, ପାର୍ଶ୍ୱ ପ୍ରତିକ୍ରିୟା ଦେଖା ନଗଲେ ତାଙ୍କୁ ଛଡ଼ାଯିବ ବୋଲି ବି ସେ ସୂଚନା ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ୩ ଲକ୍ଷ ୨୮ ହଜାର ୫୦୦ ଜଣଙ୍କ ଡାଟା ବେସ୍ ପ୍ରସ୍ତୁତ ହୋଇଛି ବୋଲି ଜଣାଯାଇଛି। ଏଣେ ଚଳିତ ମାସରେ ଟିକା ଓଡ଼ିଶାରେ ପହଞ୍ଚିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ଆଶାବ୍ୟକ୍ତ କରିଛନ୍ତି।



Visitors Today : 2
Total Visitors : 130302
Total Views : 9891805
Visitors Online Now : 0