spot_img

ପାଖୁଡି କିଆରିରୁ ଅଜଣା ଶବ ଉଦ୍ଧାର

କାକଟପୁର: ପାଖୁଡି କିଆରିରୁ ଅଜଣା ଶବ ଉଦ୍ଧାର । କାକଟପୁର ଥାନା ଅନ୍ତର୍ଗତ ଓଥକା ସୁହାଣପୁର ରାସ୍ତା ସିଙ୍ଗାପଦା ଠାରେ ଥିବା ପାଖୁଡି କିଆରୀରୁ ଏକ ଗଳିତ ଶବ ଉଦ୍ଧାର କରାଯାଇଛି । କିଛି ଶ୍ରମିକ ପାଖୁଡି କାଟୁଥିବା ବେଳେ ଏକ ଶବ ଦେଖିବାକୁ ପାଇଥିଲେ । ଘଟଣା ସମ୍ପର୍କରେ ଶ୍ରମିକ ଓ ଗ୍ରାମବାସୀମାନେ କାକଟପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ କାକଟପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସ୍ଥାନରୁ କେତେ ଖଣ୍ଡ ଅସ୍ଥି ପଡିରହିଥିବାରୁ ଶବକୁ ଚିହ୍ନଟ କରିବା ସମ୍ଭବ ହୋଇନାହିଁ । ଘଟଣାସ୍ଥଳରେ ଫରେନସିକ୍ ଟିମ ପହଞ୍ଚି ତନାଘନା ମଧ୍ୟ ଆରମ୍ଭ କରିଛି । କେବଳ ସେତିକି ନୁହେଁ ନିମାପଡା ଏସଡିପି ଓ କାକଟପୁର ତହସିଲଦାର ମଧ୍ୟ ଘଟଣାସ୍ଥଳକୁ ଯାଇ ଯାଞ୍ଚ କରିଛନ୍ତି । ଅନ୍ୟପଟେ ଦୁଇ ମାସ ତଳେ ଉକ୍ତ ଅଞ୍ଚଳର ସୁର କାଣ୍ଡିଙ୍କ ୩୫ ବର୍ଷର ଝିଅ ଉଷା ନିଖୋଜ ହୋଇଯାଇଥିବା ଥାନାରେ ଏତାଲା ଦିଆଯାଇଥିଲା । ଉଷାଙ୍କର ସାମାନ୍ୟ ମାନସିକ ବିକୃତି ଥିବା କଥା ମଧ୍ୟ ଜଣା ପଡିଛି । ଏହି ଶବ ଉଷାଙ୍କର ହୋଇଥାଇପାରେ ବୋଲି ତାଙ୍କ ବାପା ସନେ୍ଦହ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular