ନୂଆଦିଲ୍ଲୀ: କରୋନା ଟିକାକୁ ସାରା ଦେଶବାସୀ ଅପେକ୍ଷା କରି ରହିଥିବା ବେଳେ ଦିଲ୍ଳୀ ଏମସର ନିର୍ଦ୍ଦେଶକ ରଣଦୀପ ଗୁଲେରିଆ କହିଛନ୍ତି ଯେତେ ଶୀଘ୍ର ହୋଇପାରିବ ଆମେ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ କୋଭିଡ-୧୯ ଟିକା ଗ୍ରହଣ କରିବୁ। ସେ ଆହୁରି ମଧ୍ୟ ଜରୁରୀକାଳୀନ ପ୍ରୟୋଗ ପାଇଁ ଅନୁମତି ପ୍ରଦାନ କରାଯାଇଥିବା ଟିକାର ନିରାପତ୍ତାକୁ ନେଇ ନିଜେ ନିଶ୍ଚିତି ବୋଲି ପ୍ରକାଶ କରିଛନ୍ତି। ଦେଶରେ ମଞ୍ଜୁରୀ ପାଇଥିବା କୋଭାକ୍ସିନ ଏବଂ କୋଭିସିଲ୍ଡ ଟିକାର ସୁରକ୍ଷା ଓ ନରାପତ୍ତାକୁ ନେଇ ଦେଶବାସୀଙ୍କୁ ଆଶ୍ବସ୍ତ କରାଇଛନ୍ତି ରଣଦୀପ ଗୁଲେରିଆ। କରୋନା ଟିକା କୋଭିସିଲ୍ଡ ଅକ୍ସଫୋର୍ଡ ୟୁନିଭରସିଟି ଏବଂ ଆଷ୍ଟ୍ରାଜେନିକା ଦ୍ବାରା ବିକଶିତ ହୋଇ ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଦ୍ବାରା ତିଆରି ହୋଇଥିବା ସୂଚନା ରହିଛି। ଏପରିକି ବ୍ରିଟେନରେ ଏହି ଟିକାର ପ୍ରୟୋଗ ହୋଇସାରିଛି । ସେହିପରି ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ ସହ ମିଶି କୋଭାକ୍ସିନକୁ ବିକାଶ କରିଛି ହାଇଦ୍ରାବାଦସ୍ଥିତ ଭାରତ ବାୟୋଟେକ। ଏହା ଏବେ ତୃତୀୟ ପର୍ୟ୍ୟାୟ ପରୀକ୍ଷଣରେ ଅଛି। ନିକଟ ଅତୀତରେ ଦେଶର ପ୍ରଥମ କୋଭିଡ-୧୯ ପ୍ରତିଷେଧକ ଟିକା କୋଭାସ୍କିନର ଖୁବ ଶୀଘ୍ର ଡାକ୍ତରୀ ପରୀକ୍ଷଣ କରିବା ପାଇଁ ଭାରତ ବାୟୋଟେକକୁ ଚିଠି ଲେଖି ଜଣାଇଥିଲେ ଆଇସିଏମଆର ଡିଜି। ଆଇସିଏମଆର ସହ ମିଳିତ ଭାବେ ହାଇଦ୍ରାବାଦସ୍ଥିତ କମ୍ପାନି ଭାରତ ବାୟୋଟେକ ଏହି ଟିକା ପ୍ରସ୍ତୁତ କରିଥିବା ବେଳେ ଏହାର ଶୀଘ୍ର ପରୀକ୍ଷଣ କରାଗଲେ ଅଗଷ୍ଟ ୧୫ ସୁଦ୍ଧା ଫଳାଫଳ ବାହାରିପାରେ ବୋଲି ଆଶା କରାଯାଉଛି।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0