ରାଜ୍ୟରେ ପ୍ରଥମ ପ୍ଲାଜାମା ଥେରାପି ସଫଳ ହୋଇଥିବା ଜଣାପଡିଛି । ସୂଚାନାମୁତାବକ, ୪୮ବର୍ଷୀୟା ମହିଳାଙ୍କୁ କଟକ ଅଶ୍ୱିନୀ କୋଭିଡ ହସପିଟାଲରେ ଜୁଲାଇ୧୫ ତାରିଖରେ ପ୍ଲାଜାମା ଥେରାପି ଦିଆଯାଇଥିଲା । ପ୍ଲାଜମା ଥେରାପି ଦିଆଯିବାର ୪୮ ଘଣ୍ଟା ପରେ ତାଙ୍କ ଶରୀରରେ ଉନ୍ନତି ପରିଲକ୍ଷିତ ହୋଇଥିଲା । ଥେରାପି ଦିଆଯିବାର ତିନି ଦିନ ପରେ ଅକ୍ସିଜେନର ଆବଶ୍ୟକ ପଡିନଥିଲା । ସମୂର୍ଣ୍ଣ ସୁସ୍ଥ ହେବା ପରେ ତାଙ୍କୁ ଆଜି ହସ୍ପିଟାଲରୁ ଡିସର୍ଚାଜ୍ କରାଯାଇଛି । ତାଙ୍କ ଘର କଟକ ଜିଲ୍ଲା ଆଠଗଡ ଅଞ୍ଚଳରେ ଅବସ୍ଥିତ । ଏକା ସମୟରେ ମହିଳାଙ୍କ ସହ ତାଙ୍କ ଚାରି ପୁଅ କରୋନା ସଂକ୍ରମିତ ହୋଇଥିଲେ । ଦୁଇ ପୁଅ ଆଠଗଡ କୋଭିଡ୍ ସେଣ୍ଟରରୁ ସୁସ୍ଥ ହୋଇ ଘରକୁ ଫେରିବା ପରେ ମା ଓ ବଡ ପୁଅକୁ କଟକ କୋଭିଡ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ପରେ ମହିଳାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ତାଙ୍କ ଶରୀରରେ ରାଜ୍ୟର ପ୍ରଥମ ପ୍ଲାଜମା ଥେରାପି ପରୀକ୍ଷା କରାଯାଇଥିଲା, ଯାହା ଆଜି ସଫଳ ହୋଇଛି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0