spot_img

ଭିତରକନିକାରେ ଦେଖିବାକୁ ମିଳୁଛି ବିଭିନ୍ନ ପକ୍ଷୀଙ୍କ ଭିଡ

ରାଜନଗର: ବିଶ୍ୱପ୍ରସିଦ୍ଧ ଭିତରକନିକାରେ ଏବେ ଦେଖିବାକୁ ମିଳୁଛି ବିଭିନ୍ନ ପ୍ରକାରର ବିଦେଶୀ ପକ୍ଷୀଙ୍କୁ । ବର୍ତ୍ତମାନ ଭିତରକନିକା ସୋମନଙ୍କ କଳରବରେ ମୁଖରିତ ହୋଇଉଠୁଛି । ଜୁନ୍ ଶେଷ ଭାଗରୁ ପକ୍ଷୀମାନଙ୍କ ଆଗମନ ହୋଇଥାଏ । ଭିରକନିକାର ମଠଆଡିଆ ସମେତ ଦେଶୀୟ ପକ୍ଷୀଙ୍କ ନୂଆ ଠିକଣା ଲକ୍ଷ୍ମୀପ୍ରସାଦଡିଆରେ ପ୍ରାୟ ୪୦ ହଜାର ଦେଶୀୟ ପକ୍ଷୀ ଭିଡ ଜମାଇଛନ୍ତି । ମଠଆଡିଆ ଓ ଲକ୍ଷ୍ମୀପ୍ରସାଦଡିଆରେ ଏହି ପକ୍ଷୀଙ୍କ ସମାଗମ ଓ କଳରବ ସାଙ୍ଗକୁ ଅଣ୍ଡାଦାନର ଦୃଶ୍ୟ ବେଶ୍ ଆକର୍ଷିତ କରୁଛି । ଦେଶୀୟ ପକ୍ଷୀ ମାନଙ୍କ ମଧ୍ୟରୁ ୧୧ ପ୍ରକାର ବଗ, ଗେଣ୍ଡାଳିଆ, ପାଣିକୂଆ, ଓ ୮ ପ୍ରକାରର କିଙ୍ଗଫିସର, ଖଇରା ପ୍ରଭୃତି ପକ୍ଷୀ ଭିଡ ଜମାଇଛନ୍ତି । ମୈାସୁମୀର ଆଗମନରେ ଏହି ପକ୍ଷୀମାନେ ଖାଦ୍ୟ ସଂଗ୍ରହ, ବଂଶବସ୍ତାର, ଓ ବିଦେଶାଗତ ପକ୍ଷୀମାନଙ୍କ ସହ ବନ୍ଧୁତ୍ୱ ସ୍ଥାପନ କରିବା ପାଇଁ ସମସ୍ତେ ଏକାଠି ହୁଅନ୍ତି । ମା ପକ୍ଷୀମାନେ ବସାରେ ଅଣ୍ଡାଦେଇ ଛୁଆ ଫୁଟାଇବା ପରେ ଛୁଆମାନଙ୍କୁ ସାଥୀରେ ଧରି ଅକ୍ଟୋବର ଶେଷ ସୁଦ୍ଧା ଫେରିଯିବେ । ଦେଶୀୟ ପକ୍ଷୀମାନଙ୍କୁ ସୁରକ୍ଷା ଦେବା ପାଇଁ ରାଜନଗର ବନବିଭାଗ ପକ୍ଷରୁ ବନକର୍ମଚାରୀମାନଙ୍କୁ ନିୟୋଜିତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular