spot_img

ସହଜ ଉପାୟରେ ସଂକ୍ରମଣ ଚିହ୍ନଟ ପାଇଁ ଭାରତରେ ପରୀକ୍ଷା କରିବେ ଇସ୍ରାଏଲ ବୈଜ୍ଞାନିକ

ନୂଆଦିଲ୍ଲୀ: ସହଜ ଉପାୟରେ କରୋନା ସଂକ୍ରମଣ ଚିହ୍ନଟ କରାଯିବ । ଭାଇରସ୍ ଚିହ୍ନଟ କରିବା ପଦ୍ଧତି ଚୂଡ଼ାନ୍ତ କରିବା ପାଇଁ ଭାରତ ବୈଜ୍ଞାନିକଙ୍କୁ ସହଯୋଗ କରିବାକୁ ଇସ୍ରାଏଲରୁ ବୈଜ୍ଞାନିକ ଦଳ ଆସୁଛନ୍ତି । ଚାରିଟି ଉପାୟରୁ ଦୁଇଟି ହେଉଛି କୋଭିଡ୍-୧୯ ପରୀକ୍ଷା ଯେଉଁଥିରେ ମନୁଷ୍ୟ ଲାଳ ନମୁନାରୁ ମାତ୍ର କେଇ ମିନିଟ୍ ମଧ୍ୟରେ ‘ସାର୍ସ-କୋଭ୍-୨ ଭୂତାଣୁ ଅଛି କି ନାହିଁ ଜାଣି ହେବ। ତୃତୀୟ ଉପାୟଟି ହେଉଛି ମନୁଷ୍ୟର କଣ୍ଠ ସ୍ବର ଶୁଣି ଜାଣି ହେବ ସେ କୋଭିଡ୍-୧୯ ଆକ୍ରାନ୍ତ କି, ନୁହନ୍ତି। ଚତୁର୍ଥ ଉପାୟଟି ହେଉଛି ଏକ ଭାଇରସ୍ ଡିଟେକ୍ଟର୍, ଯାହା ରେଡିଓ ତରଙ୍ଗ ଦ୍ବାରା ପ୍ରଶ୍ବାସ ବାୟୁ ନମୁନା ଅନୁଶୀଳନ କରି ଭୂତାଣରୁ ଉପସ୍ଥିତି ବାରି ପାରିବ।
ନୂଆଦିଲ୍ଲୀସ୍ଥିତ ଏମ୍‌ସରେ ଏହି ପରୀକ୍ଷା କରାଯିବ । ପୂର୍ବରୁ ଇସ୍ରାଏଲରେ ଏହି ପଦ୍ଧତିଗୁଡ଼ିକର ପ୍ରଥମ ପର୍ଯ୍ୟାୟ ପରୀକ୍ଷା ହୋଇସାରିଛି । ଚୂଡ଼ାନ୍ତ ପରୀକ୍ଷା ଭାରତରେ କରାଯିବ ବୋଲି ସୂଚନା ମିଳିଛି । ଚାରୋଟ ିଯାକ ଉପାୟ ମଧ୍ୟରୁ ଗୋଟିଏ ନୂତନ ପରୀକ୍ଷା । ଦୁଇ ଦେଶର ବୈଜ୍ଞାନିକମ।ନେ ମିଳିତ ଭାବେ ପ୍ରାୟ ୫୦୦୦ ପରୀକ୍ଷା କରିବେ ବୋଲି ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular