spot_img

ଆଜି ସନ୍ଧ୍ୟାରେ ଦେଖିବେ ସୁଶାନ୍ତଙ୍କ ଶେଷ ଫିଲ୍ମ

ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଅଭିନିତ ଶେଷ ଫିଲ୍ମ ଦିଲ୍ ବେଚାରା ଆଜି ରିଲିଜ ହେବାକୁ ଯାଉଛି । ଆଜି ସଂନ୍ଧ୍ୟାରେ ଏହି ଫିଲ୍ମ ରିଲିଜ ହେବ । ଏଥି ପାଇଁ କୌଣସି ଟଙ୍କା କିମ୍ବା ମେମ୍ବରଶିପ୍ ମନୀ ଦେବାକୁ ପଡିବନି । ଦର୍ଶକ ତଥା ସୁଶାନ୍ତଙ୍କ ଫ୍ୟାନ ମାନେ ଡିଜନୀ ପ୍ଲସ୍ ହଟଷ୍ଟାର ରେ ଫିଲ୍ମ ଦେଖିପାରିବେ ।

ହଲିଉଡ୍ ଫିଲ୍ମ “ଫଲଟ୍ ଇନ ଅବର” ଷ୍ଟାରଙ୍କ ରିମିକ୍ସ ଉପରେ ଆଧାରିତ ଏହି ଫିଲ୍ମ, ଯାହାକୁ ନେଇ ତାଙ୍କ ଉପରେ ବିଭିନ୍ନ ପ୍ରକାର ଆରୋପ ଲଗାଯାଇଥିଲା । ଫିଲ୍ମରେ “କିଜି ଅର୍ ମୈନି”କୁ ଏହି ବିବାଦରୁ ବଞ୍ଚାଇବା ପାଇଁ ରିଲିଜକୁ ଦୀର୍ଘଦିନ ଧରି ଟାଳିଦିଆଯାଉଥିଲା । ଏନେଇ ଫିଲ୍ମଟିର ନାଁ ମଧ୍ୟ ପରିବର୍ତ୍ତନ କରାଯାଇ “ଦିଲ୍ ବେଚାରା” ରଖାଯାଇଥିଲା । ଗତ ଜୁନ୧୨ ତାରିଖରେ ଏହି ଫିଲ୍ମ ରିଲିଜ୍ ହେବାକୁୁ ଥିବାବେଳେ କୌଣସି କାରଣରୁ ରିଲିଜ ହୋଇପାରିନଥିଲା । ସୁଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାପାଇଁ ଡିଜନୀ ପ୍ଲସ୍ ହଟଷ୍ଟାରରେ ଏହି ଫିଲ୍ମ ବିନା ମୂଲ୍ୟରେ ରିଲିଜ କରିବା ପାଇଁ ନିଷ୍ପତି ନେଇଛି । ଏହି ଖବର ସୁଶାନ୍ତ ନିଜ ସୋଶିଆଲ ମିଡିଆରେ ଘୋଷଣା କରିବା ପୂର୍ବରୁ ଜୁନ ୧୪ ରବିବାର ଦିନ ସୁଶାନ୍ତ ଆତ୍ମହତ୍ୟା କରିଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular