spot_img

ରାସ୍ତାରେ ବୁଲୁଛି କଲରାପତରିଆ ବାଘ

କଳାହାଣ୍ଡି ଜାତୀୟ ରାଜପଥରେ ବାଘ ବୁଲୁଥିବାର ଭିଡିଓ ଭାଇରାଲ୍ । ବାଘ ଭିଡିଓ ଦେଖି ସ୍ଥାନୀୟଲୋକ ଭୟଭୀତ ଅବସ୍ଥାରେ ଅଛନ୍ତି ।

ସୂଚନାଯୋଗ୍ୟ ଯେ, କଳାହାଣ୍ଡି-ନବରଙ୍ଗପୁର ସୀମାନ୍ତ କୋକସରା ବ୍ଲକ୍ ଆମପାଣି ଘାଟିରେ ମଙ୍ଗଳବାର ରାତିରେ ଏକ କଲରାପତରିଆ ବାଘ ଦେଖିବାକୁ ମିଳିଛି । ମଙ୍ଗଳବାର ବିଳମ୍ବିତ ରାତିରେ ଜୟପୁରରୁ ଶିଉନି ଫେରୁଥିବା କାର୍ ଯାତ୍ରୀ ରାସ୍ତାରେ ବାଘଟିକୁ ଦେଖି ନିଜ ମୋବାଇଲରେ ଭିଡିଓ ଉତ୍ତୋଳନ କରିଥିଲେ । ସାହାଜଖୋଲ ଜଙ୍ଗଲ ଆମପାଣି ଘାଟି ଟିର୍ଲିଆମ ଗାଁ ବୁଲାଣି ନିକଟରେ ଏହି କଲରା ପତରିଆ ବାଘ  ଅତିକ୍ରମ କରୁଥିବା ଦେଖିବାକୁ ମିଳିଛି । ବାଘର ଭିଡିଓ ଭାଇରାଲ୍ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଲୋକେ ଭୟଭୀତ ଅଛନ୍ତି ।

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular