କଟକ: ଲଗାତର ଭାବେ କଟକରେ ବିଭିନ୍ନ ନକଲି ଓ ଅପମିଶ୍ରିତ ଖାଦ୍ୟ ସାମଗ୍ରୀର କାରଖାନା ଠାବ ହେଉଛି । ବୁଧବାର ପୁଣି ସହରର ଏକ ଅପମିଶ୍ରିତ ଚା’ ଗୋଦାମ ଠାବ କରିଛି ପୋଲିସ । ସହରର ମୁକାମେଶ୍ୱର ଗାଁରୁ ଏକ ଚା’ ଗୋଦାମ ଠାବ ହୋଇଛି । ସଦର ପୋଲିସ ଏଠାରେ ଚଢାଉ କରି ବିପୁଳ ପରିମାଣର ଅପମିଶ୍ରିତ ସାମଗ୍ରୀ ଜବତ କରିଛି । ଏହାସହ ଜଣଙ୍କୁ ଅଟକ ମଧ୍ୟ ରଖାଯାଇଛି ।ଚଢାଉ ବେଳେ ୭ କ୍ୱିଣ୍ଟାଲରୁ ଅଧିକ ନକଲି ଚା ପତି ଜବତ କରାଯାଇଛି । ଏଠାରେ ବିଭିନ୍ନ ବ୍ରାଣ୍ଡର ଚା ପତିକୁ ଅପମିଶ୍ରିତ କରାଯାଉଥିବା ସୂଚନା ମିଳିଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0