spot_img

ସିପ୍ଲାର ପ୍ରୟାସରେ ବଜାରକୁ ଆସିପାରେ ‘ଫାବିପିରାଭିୟର୍’

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ଟିକା ନେଇ ଗବେଷଣା ଚାଲିଥିବା ବେଳେ କେତେକ ଅନୁଷ୍ଠାନ ଏହାର ସଫଳତା ଦିଗରେ ଆଗେଇ ଚାଲିଛନ୍ତି । ଏହି ପରିସ୍ଥିତିରେ ଭାରତର ମୁମ୍ବାଇସ୍ଥିତ ଔଷଧ କମ୍ପାନୀ ସିପ୍ଲା ମଧ୍ୟ ଗବେଷଣା ଜାରି ରଖିଛି । ଏହି ଅନୁଷ୍ଠାନ ‘ଫାବିପିରାଭିୟର୍’ ନାମକ ଔଷଧ ଲଞ୍ଚ୍ କରିବାକୁ ଯାଉଥିବା, କାଉନସିଲ୍ ଅଫ୍ ସାଇଣ୍ଟିଫିକ୍ ଆଣ୍ଡ ଇଣ୍ଡଷ୍ଟ୍ରିଆଲ୍ ରିସର୍ଚ ଏକ ବିବୃତିରେ ଜଣାଇଛି । କମ୍ ଖର୍ଚ୍ଚରେ କରୋନା ପ୍ରତିଶେଧକ ଉପଲବ୍ଧ କରାଇବା ପାଇଁ ସିଏସଆଇଆର୍ ଲକ୍ଷ୍ୟ ରଖିଛି । ଏନେଇ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ କେମିକାଲ ଟେକ୍ନୋଲୋଜି ସ୍ଥାନୀୟ ଅଞ୍ଚଳରେ ମିଳୁଥିବା ରାସାୟନିକ ପଦାର୍ଥ ବ୍ୟବହାର କରୁଛି । ଏହି ଟେକ୍ନୋଲଜି ସହାୟତାରେ ସିପ୍ଲା କରୋନା ଔଷଧ ନେଇ ଗବେଷଣା ଜାରି ରଖିଛି । ଔଷଧ ପ୍ରସ୍ତୁତି ଶେଷ ହେବାକୁ ଯାଉଥିବା ବେଳେ ଏହାକୁ ଲଞ୍ଚ କରିବା ପାଇଁ ଡ୍ରଗ୍ କଣ୍ଟ୍ରୋଲର ଅଫ୍ ଇଣ୍ଡିଆର, ସିପ୍ଲା ଅନୁମତି ମାଗିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular