spot_img

ଆଜିଠୁ ସମସ୍ତଙ୍କ ପାଇଁ ଖୋଲିଲା ଲିଙ୍ଗରାଜ ମନ୍ଦିର

ଭୁବନେଶ୍ୱର : ଦୀର୍ଘ ୯ ମାସ ପରେ କରୋନା କଟକଣା ମଧ୍ୟରେ ଖୋଲିଥିଲା ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର।  ପ୍ରଥମେ ସେବାୟତଙ୍କ ପରିବାର ପରେ ଭୁବନେଶ୍ୱରବାସୀଙ୍କୁ ମିଳିଥିଲା ଦର୍ଶନ ଅନୁମତି। ଏହାପରେ ଆଜିଠାରୁ ସାଧାରଣ ଲୋକଙ୍କୁ ଦର୍ଶନ ଅନୁମତି ମିଳିଥିବା ବେଳେ ପୂର୍ବରୁ ଲଗାଯାଇଥିବା ବୟସ କଟକଣାକୁ ଉଠାଇ ଦିଆଯାଇଛି। ଫଳରେ ଆଶ୍ୱସ୍ତି ଲାଭ କରିଛନ୍ତି ଶ୍ରଦ୍ଧାଳୁ। ମୁଖ୍ୟତଃ ପୂର୍ବରୁ ୬୫ ବର୍ଷରୁ ଊର୍ଦ୍ଧ୍ୱ ଓ ୧୦ ବର୍ଷର କମ୍ ଶ୍ରଦ୍ଧାଳୁଙ୍କୁ ମନ୍ଦିର ଯିବାକୁ ବାରଣ ଥିବାରୁ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏହାକୁ ଦୃଷ୍ଟିରେ ରଖି ବିଏମ୍‌ସି ପକ୍ଷରୁ ବୟସ କଟକଣାକୁ ଉଠାଇ ଦିଆଯାଇଛି। ଅର୍ଥାତ ସବୁ ବର୍ଗର ଶ୍ରଦ୍ଧାଳୁ ଏବେ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିପାରିବେ। ଏଥିନିମନ୍ତେ କିନ୍ତୁ କୋଭିଡ୍ ନେଗେଟିଭ୍ ରିପୋର୍ଟକୁ ବାଧ୍ୟତାମୂଳକ କରାଯାଇଛି। ଏ ସମ୍ପର୍କରେ ସୂଚନା ଦେଇ ବିଏମ୍‌ସି ଜୋନାଲ୍ ଡେପୁଟି କମିଶନର ଅଂଶୁମାନ ରଥ କହିଛନ୍ତି, ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ପାଇଁ ସବୁ ବୟସର ଶ୍ରଦ୍ଧାଳୁଙ୍କୁ ଅନୁମତି ମିଳିଥିବା ବେଳେ  ଏଥିନିମନ୍ତେ କିନ୍ତୁ କୋଭିଡ୍ ନେଗେଟିଭ୍ ରିପୋର୍ଟକୁ ବାଧ୍ୟତାମୂଳକ କରାଯାଇଛି। ରିପୋର୍ଟ ନେଗେଟିଭ୍ ଆସିଲେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ପାଇଁ ଅନୁମତି ଦିଆଯିବ। ରିପୋର୍ଟ ଆଣି ନ ଥିଲେ ମନ୍ଦିର ପକ୍ଷରୁ ମାଗଣା ଟେଷ୍ଟ ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି  ବିଏମ୍‌ସି ଜୋନାଲ୍ ଡେପୁଟି କମିଶନର।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular