spot_img

ପୋଲିସ ମାଗୁଛି ଲାଞ୍ଚ !

ବାଲେଶ୍ଵର: ପୋଲିସ ଟଙ୍କା ଲାଂଚ ମାଗିବାର ଅଭିଯୋଗ । ଏଭଳି ଘଟଣା ଦେଖିବାକୁ ମଳିଛି ବାଲେଶ୍ୱର ର କମର୍ଦ୍ଦା ଥାନାରେ ।
ସୂଚନା ମୁତାବକ ବେଲଦା ଗ୍ରାମ ଗତ ଡିସେମ୍ବର ୨୩ ତାରିଖ ଗୋପାଳ ଚନ୍ଦ୍ର ବାରିକ ଙ୍କ ବଡ଼ ଝିଅ ବୟସ ୧୪ ଟିଉସନ ଯାଇ ଆଉ ଘରକୁ ଫେରି ନଥିଲେ । ତେବେ ସାଇ ପଡିସା, ବନ୍ଧୁ ବାନ୍ଧବ ଖୋଜା ଖୋଜି ପରେ ଏପର୍ୟ୍ୟନ୍ତ ପାଇ ନଥିଲେ ।ଫଳରେ ନାବାଳିକା ର ବାପା ଏବଂ ମାଆ କମର୍ଦ୍ଦା ଥାନାରେ ଅଭିଯୋଗ କରିଛନ୍ତି । ତେବେ ଏପର୍ୟ୍ୟନ୍ତ ପୋଲିସ କୋୖଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରି ନାହିଁ । ସେପଟେ ପୋଲିସ ଏବାବଦ କୁ ଦାୟିତ୍ୱ ରେ ଥିବା ASI ଦୁଇ ହଜାର ଟଙ୍କା ନେଇଥିବା ଅଭିଯୋଗ କରିଛନ୍ତି । ନାବାଳିକା ଅପହରଣ ଘଟଣାରେ ମାମଲା ରୁଜୁର ୧୨ ଦିନ ପରେବି କାର୍ୟ୍ୟାନୁଷ୍ଠାନ ଶୂନ । ତେବେ ଏବାବଦ ରେ ପଚାରିବାରୁ ରାଗି ଯାଇଥିଲେ ପୋଲିସ ବାବୁ । ଏପରିକି ଭିଡିଓ ଉଠେଇବା ସମୟରେ ମୋବାଇଲ ଛଡ଼ାଇବାକୁ ମଧ୍ୟ ପଛାଇନଥିଲେ କମର୍ଦ୍ଦା ASI ଭକ୍ତହରି ପଟନାୟକ । ତେବେ ଅନ୍ୟ ଜଣେ ଅଭିଯୋଗ କାରି ତାଙ୍କର ଘର ବାଡି ବିବାଦକୁ ନେଇ ବାରମ୍ବାର ଆସିଥିଲେ ମଧ୍ୟ କୈଣସି କାଯ୍ୟାନୁଷ୍ଟାନ ନେଉ ନଥିଲା ତେବେ ASI ବାରମ୍ବାର ତାଙ୍କ ପାଖରୁ ଟଙ୍କା ଲାଞ୍ଚ ନେଉ ଥିବାର ଅଭିଯୋଗ ଆଣି ଥିଲେ ଏବଂ ଥାନାରେ asiଙ୍କୁ ଟଙ୍କା ନେଇଛନ୍ତି କାହିଁକି କାଯ୍ୟାନୁଷ୍ଟାନ ନେଉ ନାହାନ୍ତି l ପଚାରୁଥିବା ସମୟରେ ଗାଳିକରିବା ସହିତ ଥାନାରେ ପୁରେଇ ଦେବାର ଧୋମକ ଦେଉଥିବା ସମୟରେ ଭିଡିଓ ଉତ୍ତୋଳନ କରିବା ସମୟରେ ଗଣମାଧ୍ୟମପ୍ରତିନିଧି ଙ୍କୁ ଦୁର୍ବ୍ୟବହାର କରିବା ସହିତ କେମେରା ଛଡାଇବାକୁ ଉଦ୍ୟମ କରିଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular