ମୁମ୍ବାଇ: ବଲିଉଡ ଡ୍ରଗ୍ସ ଲିଙ୍କରେ ଦିନକୁ ଦିନ ଛନ୍ଦି ହେଉଛନ୍ତି ବଲିଉଡ ଅଭିନେତା ଅର୍ଜୁନ ରାମପାଲ । ତେବେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଏବେ ତାଙ୍କ ଭଉଣୀ କୋମଲ ରାମପାଲଙ୍କୁ ଡକାଇଛି। ଏ ସମ୍ପର୍କରେ ସୂଚନା ଦେଇ ଜଣେ ଏନସିବି ଅଧିକାରୀ କହିଛନ୍ତି ଯେ ଡ୍ରଗ୍ସ ମାମଲାରେ ସଂଯୋଗ ପାଇଁ ତଦନ୍ତ ଏଜେନ୍ସି ଆଜି ଅର୍ଜୁନ ରାମପାଲଙ୍କ ଭଉଣୀଙ୍କୁ ଡକାଇଛି। ଏନସିବି ଏପର୍ୟ୍ୟନ୍ତ ଅର୍ଜୁନ ରାମପାଲଙ୍କୁ ଦୁଇଥର ପ୍ରଶ୍ନ କରିଛି। ଏହା ବ୍ୟତୀତ ତାଙ୍କ ଗର୍ଲଫ୍ରେଣ୍ଡ ଗାବ୍ରିଏଲା ଡେମେଟ୍ରିଏଡସ୍ଙ୍କୁ ମଧ୍ୟ ପଚରାଉଚରା କରାଯାଇଥିଲା। ଗତ ବର୍ଷ ନଭେମ୍ବରରେ, ଏନସିବି ଅର୍ଜୁନ ରାମପାଲଙ୍କ ଘରେ ଚଢ଼ାଉ କରିଥିଲା । ଯେଉଁଠାରେ ଏଜେନ୍ସି ଏନଡିପିଏସ ଆକ୍ଟ ଅନୁଯାୟୀ ନିଷିଦ୍ଧ ଔଷଧ ପାଇଥିଲା। ଏଜେନ୍ସି କହିଛି ଯେ ସେହି ଔଷଧ ପାଇଁ ଜଣେ ସମ୍ପର୍କୀୟଙ୍କ ମାଧ୍ୟମରେ ଅଭିନେତାଙ୍କ ଦ୍ୱାରା ପ୍ରେସକ୍ରିପସନ୍ ବେଆଇନ ଭାବେ ବ୍ୟବହୃତ ହୋଇଥିଲା।
Narcotics Control Bureau, Mumbai has summoned actor Arjun Rampal's sister today, in connection with a drugs case: NCB officer
— ANI (@ANI) January 6, 2021



Visitors Today : 2
Total Visitors : 130168
Total Views : 9891614
Visitors Online Now : 0