ନୂଆଦିଲ୍ଲୀ: ନିଜର ଉତ୍ତମ ସାମଗ୍ରୀ ପାଇଁ ଭାରତୀୟଙ୍କ ଘରେ ଘରେ ପରିଚିତ ଲାକମେ ବା୍ରଣ୍ଡ । ମହିଳାଙ୍କ ଲାକମେ ବ୍ରାଣ୍ଡ ଉପରେ ଅତୁଟ ବିଶ୍ୱାସ, ଦେଶୀ କମ୍ପାନୀ ହେବା ସହ ଏଇ କମ୍ପାନୀର ସାମଗ୍ରୀଗୁଡିକ ଦର ମଧ୍ୟ ଅଧିକ ନୁହେଁ । ତେବେ ଲାକମେ ନାମ ଉଚ୍ଚାରଣ କଲେ ଏକ ବିଦେଶୀ ଶବ୍ଦର ସ୍ପର୍ଶ ଜଣାପଡେ । ପ୍ରକୃତରେ ଆମ ମା’ ଲକ୍ଷ୍ମୀ ଠାକୁରାଣୀଙ୍କ ସହ ଲାକମେ ନାମ ଯୋଡା ହୋଇରହିଛି । ସୂଚନା ଅନୁସାରେ, ସମ୍ଭ୍ରାନ୍ତ ଘରର ମହିଳାମାନେ ବିଦେଶରୁ ହିଁ ବ୍ରାଣ୍ଡେଡ୍ ଲିପ୍ଷ୍ଟିକ୍, ନେଲ୍ପଲିସ୍, କାଜଲ୍ ଇତ୍ୟାଦି ମଗାଉଥିଲେ, ଦେଶୀ ଜିନିଷ ବ୍ୟବହାରକୁ ସେମାନେ ପସନ୍ଦ କରୁନଥିଲେ।
ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହରୁଙ୍କ ଦୃଷ୍ଟିକୁ ଏହା ଆସିଲା, ବ୍ୟାବସାୟିକ ଦୃଷ୍ଟିକୋଣରୁ ଭାରତ ଏଥିପାଇଁ କ୍ଷତି ସହୁଥିଲା। ସେ ସମୟର ନାମୀ ଶିଳ୍ପପତି ଜେ.ଆର.ଡି ଟାଟାଙ୍କ ସହ ଏ ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହରୁ ଆଲୋଚନା କରିବା ସହ ଅନୁରୋଧ କଲେ, ଆପଣ ହିଁ ମହିଳାଙ୍କ ପାଇଁ ଏକ ଦେଶୀ କମ୍ପାନୀର ଶୁଭାରମ୍ଭ କରନ୍ତୁ। ଟାଟା ପରିବାରର ବୋହୂ ସିମୋନ୍ ଟାଟା ଏଇ ଯୋଜନାର ମୂଳଦୁଆ ସ୍ଥାପନା କଲେ। ଇଉରୋପୀୟ ଝିଅ ସିମୋନ୍ ଏକ ପ୍ରସାଧନ ସାମଗ୍ରୀ ଆରମ୍ଭ ପୂର୍ବରୁ ଭଲଭାବେ ପୁଙ୍ଖାନୁପୁଙ୍ଖ ତଥ୍ୟ ହାସଲ କଲେ। ‘ଲାକ୍ମେ’ ନାମ ସେ ଦେଇଥିଲେ, ଏକ ଫରାସୀ ଅପେରାକୁ ଦେଖି ସିମୋନ୍ ଟାଟା ଏହି ନାମ ସ୍ଥିର କରିଥିଲେ। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଲାକ୍ମେ ନାମର ଭାରତୀୟ ଅର୍ଥ ହେଉଛି ମା’ ଲକ୍ଷ୍ମୀଙ୍କ ନାମ।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0