ବ୍ରହ୍ମପୁର: ଗଞ୍ଜାମ ଜିଲ୍ଳା କୁକୁଡାଖଣ୍ଡି ଡିପଲନଗରରେ ଏଭଳି ଦୁଃଖଦ ଘଟଣା ଘଟିଛି। ମିଳିଥିବା ସୂଚନା ମୁତାବକ, ବାରହା ଶିକାର ପାଇଁ ଚାଷ ଜମିରେ ବୋମା ଖଞ୍ଜା ଯାଇଥିଲା। ଗାଈ ଘାଷ ଖାଇବା ବେଳେ ଖଞ୍ଜା ଯାଇଥିବା ବୋମାଟିୁ ପାଟିରେ ପୁରାଇ ଦେଇଥିଲା। ମାତ୍ର କେଇ ସେକେଣ୍ଡରେ ଗାଈ ପାଟିରେ ବୋମା ଫୁଟିଥିଲା। ଏହି ବିସ୍ଫୋରଣରେ ଗାଈର ପାଟି ସମ୍ପୂଣ୍ଣ ନଷ୍ଟ ହୋଇଯାଇଛି।
କଗତାଲି ଖଲ୍ଲିକୋଟ ଥାନା ଅନ୍ତର୍ଗତ କେନ୍ଦୁପାଟ ଗାଁରେ ଏଭଳି ଘଟଣା ଦେଖିବାମୁ ମିଳିଥିଲା। ବାରହା ଶିକାର ପାଇଁ ଚାଷ ଜମିରେ ବୋମା ଖଞ୍ଜା ଯାଇଥିଲା। ଗାଈ ପାଟିରେ ହିଁ ବୋମା ବିସ୍ଫୋରଣ ହୋଇଥିଲା। ପୁଣି ଆଜି ସେହିଭଳି ଘଟଣା ଦେଖିବାକୁ ମିଳିଛି। ଏହା ପୂର୍ବରୁ ମଧ୍ୟ ଏଭଳି ଘଟଣା ଘଟିଥିବା ନଜୀର ରହିଛି।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0