କୁକୁଡାଖଣ୍ଡି: ଆଜି ଦିନିକିଆ କୁକୁଡାଖଣ୍ଡି ବ୍ଳକ ଗସ୍ତରେ ଆସିଥିଲେ ଓଡ଼ିଶାର ମାନ୍ୟବର ବାଚସ୍ପତି ଶ୍ରୀ ସୂର୍ୟ୍ୟ ନାରାୟଣ ପାତ୍ର l କୁକୁଡାଖଣ୍ଡି ବ୍ଲକ ର ମୁଖ୍ୟ ଫାଟକ ଉଦଘାଟନ ସହ ୨୯୭ ଜଣ ବିପିଏଲ ପରିବାରର ହିତାଧିକାରୀ ମାନଙ୍କୁ ଭତ୍ତା ବଣ୍ଟନ କରିଥିଲେ । ଏ ଅଵସରରେ ବ୍ଳକ ଅଧକ୍ଷ କାମାକ୍ଷା ପ୍ରସାଦ ପାତ୍ର , ସମସ୍ତ ସରପଞ୍ଚ ଓ ସମିତିସଭ୍ୟ ମାନେ ଉପସ୍ଥିତ ହେଵା ସହ ହିତାଧିକାରୀ ମାନେ ଉପସ୍ଥିତ ଥିଲେ । ଅଙ୍ଗନଵାଡିର ସଭାନେତ୍ରୀ ଶ୍ରୀମତୀ ପଟ୍ଟନାୟକ ଵାଚସ୍ପତିଙ୍କୁ ଫୁଲତୋଡା ଦେଇ ନଵ ବର୍ଷର ବଧାଇ ଜଣାଇଥିଲେ । କୁକୁଡାଖଣ୍ଡି ସ୍ନାତକ ମହାବିଦ୍ୟାଳୟ ରେ ନୂତନ କୋଠାନିର୍ମାଣ ର କଲେଜ କୁ ଉଦଘାଟନ କରିଛନ୍ତି । କୁକୁଡାଖଣ୍ଡି ତହସିଲ କାର୍ୟ୍ୟାଳୟରେ ପହଞ୍ଚି ୧୪୫ ଜଣଙ୍କ ଗ୍ରାମ କଣ୍ଟକ ପଟ୍ଟା କୁ ରୟତି ପଟ୍ଟା , ୫୫ ଜଣଙ୍କ ମ୍ୟୁଟେସନ ପଟ୍ଟା ବଣ୍ଟନ କରାଯାଇଥିଲା l ତହସିଲ ରେ ଵହୁ ସମୟ ଧରି ହିତାଧିକାରୀମାନେ ଅପେକ୍ଷା କରିଥିଲେ ସୁଦ୍ଧା ପାଣି ଟୋପାଏ ମିଳି ନ ଥିଵା ହେତୁ ହିତାଧିକାରୀମାନେ ଟୁପୁରୁ ଟାପୁରୁ ହେଉଥିବା ଦେଖିଵାକୁ ମିଳିଥିଲା । ତହସିଲ କାର୍ୟ୍ୟାଳୟ ରେ ଅଙ୍ଗନଵାଡିର କର୍ମିମାନେ ଉପସ୍ଥିତିକୁ ନେଇ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା । ତହସିଲଦାର ସିଡିପିଓ ଦାୟିତ୍ଵରେ ଥିବା ଯୋଗୁଁ ଅଙ୍ଗନଵାଡିର କର୍ମି ମାନଙ୍କୁ ନେଇ ଜମା କରିଥିବା ନେଇ ସାଧାରଣ ଲୋକେ ଵାହାରେ ଚର୍ଚ୍ଚା କରିଥିବା ଦେଖିବାକୁ ମିଳିଥିଲା ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0