ସମ୍ବଲପୁର : ସମ୍ବଲପୁର ରେଳମଣ୍ଡଳ ଅନ୍ତର୍ଗତ ସମ୍ବଲପୁର-ତାଳଚେର ସେକସନର ଅନୁଗୁଳ-କେରଜଙ୍ଗ ଷ୍ଟେସନ ମଧ୍ୟରେ ଦୋହରୀକରଣ କାର୍ୟ୍ୟ ଇତି ମଧ୍ୟରେ ଶେଷ ହୋଇଛି। ରେଳବାଇର ମୁଖ୍ୟ ନିରାପତ୍ତା କମିସନର ଆସି ଗତ ସପ୍ତାହରେ ଉକ୍ତ ନୂଆ ଲାଇନ ଯାଞ୍ଚ କରିବା ସହ ସ୍ପିଡ ଟ୍ରାଏଲ କରିଛନ୍ତି। ବର୍ତ୍ତମାନ ଉକ୍ତ ଲାଇନର କମିସନିଂ ପାଇଁ ଭୁବନେଶ୍ବର-ବଲାଙ୍ଗୀର-ଭୁବନେଶ୍ବର ଇଣ୍ଟରସିଟିକୁ ଗୋଟିଏ ଦିନ ପାଇଁ ବାତିଲ କରାଯାଇଛି। ଆସନ୍ତା ୮ ତାରିଖ ଦିନ ଏହି ଟ୍ରେନ ଉଭୟ ଦିଗରୁ ବାତିଲ ରହିବ। ସେହିପରି ୭ ଓ ୮ ତାରିଖ ଦିନ ଭୁବନେଶ୍ବର-ରାଉରକେଲା ଇଣ୍ଟରସିଟି ଭୁବନେଶ୍ବରରୁ ନିର୍ଧାରିତ ସମୟରୁ ବିଳମ୍ବରେ ଛାଡ଼ିବ। ଦିନ ୧ଟା ୪୦ ପରିବର୍ତ୍ତେ ଏହା ୭ ତାରିଖ ଦିନ ୨ଟା ୪୦ ଓ ୮ ତାରିଖ ଦିନ ୩ଟା ୫୫ରେ ପ୍ରସ୍ଥାନ କରିବ ବୋଲି ରେଳବାଇ ସୂତ୍ରରୁ ପ୍ରକାଶ।



Visitors Today : 1
Total Visitors : 130440
Total Views : 9891972
Visitors Online Now : 0