କଟକ : ୨୦୨୧ ମସିହା ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଫର୍ମପୂରଣ ଆସନ୍ତା ୧୦ତାରିଖ ସକାଳ ୧୦ଟାରୁ ଅନଲାଇନରେ ହେବ। ଏଥିପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ରେଗୁଲାର ଓ ଏକ୍ସରେଗୁଲାର ପରୀକ୍ଷାର୍ଥୀମାନେ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ଦ୍ବାରା ଓ ପତ୍ରବିନିମୟ ରେଗୁଲାର ଓ ଏକ୍ସରେଗୁଲାର ପରୀକ୍ଷାର୍ଥୀମାନେ ସଂପୃକ୍ତ ଅଞ୍ଚଳରେ ଥିବା ବୋର୍ଡ ଆଞ୍ଚଳିକ କାର୍ୟ୍ୟାଳୟର ଉପ ସଂପାଦକଙ୍କ ମାଧ୍ୟମରେ ଫର୍ମ ପୂରଣ କରିବେ। ୧୦ତାରିଖ ସକାଳୁ ଫର୍ମପୂରଣ ଆରମ୍ଭ ହେଉଥିବା ବେଳେ ଫି ଦାଖଲ ଶେଷ ସମୟ ଜାନୁଆରି ୨୭ତାରିଖ ରାତି ୧୧ଟା ୪୫ ଓ ଫର୍ମଦାଖଲ କରିବାର ଶେଷ ତାରିଖ ଜାନୁଆରି ୨୮ତାରିଖ ମଧ୍ୟ ରାତ୍ର ରହିଛି। ସେହିପରି ଜରିମାନା ସହ ଜାନୁଆରି ୨୮ତାରିଖରୁ ଫେବ୍ରୁଆରି ରାତି ୧୧ଟା ୪୫ ପର୍ୟ୍ୟନ୍ତ ଫି ଦାଖଲ ଓ ଫେବ୍ରୁଆରି ୨ତାରିଖ ମଧ୍ୟରାତ୍ର ପର୍ୟ୍ୟନ୍ତ ଫର୍ମ ଦାଖଲ କରାଯାଇ ପାରିବ। ଫର୍ମ ପୂରଣ ସଂକ୍ରାନ୍ତରେ ସମସ୍ତ ତଥ୍ୟ ବୋର୍ଡ ୱେବସାଇଟ www.bseodisha.ac.in ରେ ଉପଲବ୍ଧ ହେଉଛି ବୋଲି ବୋର୍ଡର ଉପସଭାପତି ତଥା ପରୀକ୍ଷା ନିୟନ୍ତ୍ରକ ଡକ୍ଟର ନିହାର ରଞ୍ଜନ ମହାନ୍ତି ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି।



Visitors Today : 1
Total Visitors : 130167
Total Views : 9891612
Visitors Online Now : 0