ରାଜନଗର : ବିଶ୍ବପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଚଳିତମାସ ୬ ତାରିଖ ଦିନ ବନବିଭାଗ ପକ୍ଷରୁ ହୋଇଥିବା ଗଣନାରୁ ଏହା ଜଣାପଡ଼ିଛି। ଗତବର୍ଷ ଭିତରକନିକାକୁ ୧ ଲକ୍ଷ ୧୮ ହଜାର ୩୨୬ ପକ୍ଷୀ ଆସିଥିବାବେଳେ ଏ ବର୍ଷ ୧ ଲକ୍ଷ ୩୬ ହଜାର ୯୨ଟି ପକ୍ଷୀ ଆସିଛନ୍ତି। ଅର୍ଥାତ ଗତବର୍ଷଠାରୁ ଏ ବର୍ଷ ଭିତରକନିକାକୁ ୧୭ ହଜାର ୭୬୬ ପକ୍ଷୀ ଅଧିକ ଆସିଥିବା ଜଣାପଡିଛି। ଗତ ୧୩ ବର୍ଷ ଭିତରେ ଏହା ସର୍ବାଧିକ। ଗତବର୍ଷ ୧୧୫ ପ୍ରଜାତିର ପକ୍ଷୀ ଆସିଥିବା ବେଳେ ଏଥର ଆସିଛନ୍ତି ୧୨୧ ପ୍ରଜାତି। ଚଳିତବର୍ଷ ଭିତରକନିକାରେ ପୂର୍ବ ଓ ମଧ୍ୟ ଏସିଆରୁ ଆସିଥିବା ପାଇଡଆବୋସେଟ ପକ୍ଷୀଙ୍କୁ ଦେଖିବାକୁ ମିଳିଛି। ଗତ ୧୩ ବର୍ଷ ଧରି ଏହି ପକ୍ଷୀଙ୍କୁ ଦେଖିବାକୁ ମିଳୁ ନ ଥିଲା। ଗଣନା ବେଳେ ଏହି ଜାତୀୟ ୧୨୮ଟି ପକ୍ଷୀଙ୍କୁ ଚିହ୍ନଟ କରାଯାଇଛି। ଏଥର ସରସାହଂସ, ପାତିହଂସ, କଳାହଂସ, ଦୁବହଂସ, ପଣ୍ତାହଂସ, ହେରେନ, ଗେଣ୍ତାଳିଆ, ଦାବେଂଟିଆ, ପାଣିଗୁରୁଣ୍ତି, ଚନ୍ଦନପାଟିଆଗେଣ୍ତି, ଚିତ୍ରାଖଡିହଂସ, ରଙ୍ଗାଗେଣ୍ତି, ସାରସହଂସ ପ୍ରଭୃତି ପକ୍ଷୀଙ୍କ ସମାଗମ ହୋଇଛି। ଏହି ପକ୍ଷୀଗୁଡିକ ପ୍ରଚଣ୍ତଶୀତ ଦାଉରୁ ରକ୍ଷା ପାଇବା ପାଇଁ ହିମାଳୟ ପାଦ ଦେଶ ଓ ଲଦାଖ, ସାଇବେରିଆ ଓ ଉତ୍ତର ଗୋଲାର୍ଦ୍ଧରୁ ଏଠାକୁ ଆସିଥିବା ରାଜନଗରଡି ଏଫଓ ବିକାଶ ରଂଜନ ଦାଶ ସୂଚନା ଦେଇଛନ୍ତି।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0