spot_img

ଆଜିଠାରୁ କଟକରେ ଖୋଲିଲା ମନ୍ଦିର, ଦର୍ଶନ ପାଇଁ ଏସଓପି ଜାରି

କଟକ: କଟକରେ ଆଜିଠାରୁ ଖୋଲିଲା ମନ୍ଦିର । ସାମାଜିକ ଦୂରତା ପାଳନ ଏବଂ ମାସ୍କ ପିନ୍ଧି ଠାକୁରଙ୍କ ଦର୍ଶନ କରିବେ ଶ୍ରଦ୍ଧାଳୁ । ଏଥିପାଇଁ ଏସଓପି ଜାରି କରିଛି କଟକ ମହାନଗର ନିଗମ । ମନ୍ଦିରରେ ଦର୍ଶନ ସମୟରେ କୋଭିଡ ନିୟମ ପାଳନ ହେଉଛି କି ନାହିଁ ଏହାର ଯାଂଚ କରିବେ ପୂଜକ । ମନ୍ଦିରରେ ଦର୍ଶନ ସମୟରେ ଏସଓପି ପାଳନ କରାନଗଲେ ଦୃଢ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି । ମନ୍ଦିର ଖୋଲିବା ପରେ ସାଧାରଣ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । କଟକ ଚଣ୍ଡି ମନ୍ଦିରରେ କୋଭିଡ ନିୟମ ପାଳନ ସହି ମାଆଙ୍କ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । କରୋନା କଟକଣା କାରଣରୁ ପ୍ରାୟ ୧୦ ମାସ ଧରି ଚଣ୍ଡି ମନ୍ଦିରରେ ଭକ୍ତଙ୍କ ଦର୍ଶନ ବନ୍ଦ ରହିଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular