ପୁରୀ: ପୁରୀ ଅବକାରୀ ବିଭାଗ ଓ ମୋବାଇଲ ପାର୍ଟି ଚଢ଼ାଉ କରି ଦୁଇ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରିଛି। ଦୁଇ ଜଣ ହେଲେ ପୁରୀ ସିଦ୍ଧ ମହାବୀରର ଶିବପ୍ରସାଦ ବେହେରା ଓ ରଘୁନାଥ ଦାସ । ଏମାନଙ୍କ ଠାରୁ ୨୦୦ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି। ଏହାର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ଅଧୀକ୍ଷକ ଅମରେନ୍ଦ୍ର ଜେନା କହିଛନ୍ତି। ଦୁଇଜଣ ବାଲେଶ୍ଵର ଜିଲ୍ଲାର ଜଳେଶ୍ୱରରୁ ପୁରୁଷୋତ୍ତମ ଏକ୍ସପ୍ରେସ ଟ୍ରେନରେ ବ୍ରାଉନସୁଗାର ନେଇ ଆସି ସିଦ୍ଧ ମହାବୀର ରେଳ ଫାଟକ ନିକଟରେ ଟ୍ରେନରୁ ଡେଇଁ ଖସି ପଳାଉଥିଲେ। ପୂର୍ବ ସୂଚନା ପାଇ ଜଗି ରହିଥିବା ଅବକାରୀ ବିଭାଗ ଓ ମୋବାଇଲ ପାର୍ଟି ଖସି ପଳାଉଥିବା ଦୁଇ ଜଣକୁ କାବୁ କରିଛି। ସେମାନଙ୍କ ଠାରୁ ୨୦୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି। ଏଣେ ମୁଖ୍ୟ ବ୍ରାଉନସୁଗାର ବେପାରୀଙ୍କୁ ଖୋଜୁଛି ବିଭାଗ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0