spot_img

ୟୁପିରେ ଗଣଦୁଷ୍କର୍ମ ପରେ ବର୍ବର ହତ୍ୟା, ମନ୍ଦିର ପୂଜାରୀ ଗିରଫ

୨୦୧୨ ଦିଲ୍ଲୀ ନିର୍ଭୟା କାଣ୍ଡ ଭଳି ଆଉ ଏକ ବର୍ବର ଘଟଣା ପଶ୍ଚିମ ଉତ୍ତରପ୍ରଦେଶର ବଦାୟୁଁ ଜିଲ୍ଲାରେ ଘଟିଛି । ଜଣେ ୫୦ ବର୍ଷୀୟା ମହିଳାଙ୍କୁ ଗଣଦୁଷ୍କର୍ମ ପରେ ନୃଶଂସ ଭାବେ ହତ୍ୟା କରାଯାଇଛି । ଗତ ରବିବାର ସନ୍ଧ୍ୟାରୁ ପୀଡ଼ିତାଙ୍କ ନିଖୋଜ ସଂପର୍କରେ ପୁଲିସକୁ ଖବର ଦିଆଯାଇଥିଲେ ମଧ୍ୟ ମଙ୍ଗଳବାର ସନ୍ଧ୍ୟାରେ ଉକ୍ତ ମାମଲାରେ ଏଫଆଇଆର ରୁଜୁ ହୋଇଛି। ମହିଳାଙ୍କ ଶରୀରର ବିଭିନ୍ନ ଅଂଶରେ କ୍ଷତଚିହ୍ନ ରହିଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଥିଲା । ୟୁପିର ହାଥରସ ମାମଲାରେ ଯେଭଳି ପୁଲିସ ବେପରୁଆ ନୀତି ଧରିଥିଲା ଏବଂ ନିଖୋଜ ରିପୋର୍ଟ ପାଇବା ପରେ ତତ୍ପରତା ଦେଖାଇନଥିଲା, ଠିକ ସେଭଳି ସ୍ଥିତି ବଦାୟୁଁ ମାମଲାରେ ମଧ୍ୟ ଦେଖିବାକୁ ମିଳିଛି । ପୁଲିସ ରବିବାର ସନ୍ଧ୍ୟାରୁ ପୀଡ଼ିତାଙ୍କ ନିଖୋଜ ସଂପର୍କରେ ପରିବାର ଲୋକଙ୍କଠାରୁ ଅବଗତ ହୋଇଥିଲେ ମଧ୍ୟ କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିନଥିଲା । ଦୁଷ୍କର୍ମକାରୀମାନେ ପୀଡ଼ିତାଙ୍କ ଶବକୁ ଆଣି ତାଙ୍କ ଘର ବାହାରେ ଫୋପାଡ଼ି ଚାଲି ଯାଇଥିଲେ । ଏହି ମାମଲାରେ ୩ ଦୁଷ୍କର୍ମକାରୀଙ୍କ ମଧ୍ୟରୁ ମନ୍ଦିର ପୂଜାରୀଙ୍କ ସମେତ ୨ ଜଣ ଗିରଫ ହୋଇଛନ୍ତି । ଅନ୍ୟ ଜଣେ ଫେରାର ଅଛି । ପୀଡ଼ିତା ମହିଳାଙ୍କ ସ୍ବାମୀଙ୍କ କହିବା ଅନୁଯାୟୀ ତାଙ୍କ ପତ୍ନୀ ଗତ ରବିବାର ଅପରାହ୍ନରେ ପୂଜା କରିବାକୁ ନିକଟସ୍ଥ ଏକ ମନ୍ଦିରକୁ ଯାଇଥିଲେ। କିନ୍ତୁ ସେଠାରୁ ସେ ଆଉ ଘରକୁ ଫେରିନଥିଲେ। ପରେ ମନ୍ଦିରର ପୁରୋହିତ ଏବଂ ଅନ୍ୟ ୨ ଜଣ ଶବକୁ ଏକ ଗାଡ଼ିରେ ଆଣି ଘର ସମ୍ମୁଖରେ ପକାଇ ଦେଇ ପଳାଇଥିଲେ। ମହିଳା ଜଣଙ୍କ ମନ୍ଦିର ପରିସରର ଏକ କୂଅରେ ପଡ଼ି ଆହତ ହୋଇଛନ୍ତି ବୋଲି ସେମାନେ କହିଥିଲେ । କିନ୍ତୁ ମହିଳାଙ୍କ ସ୍ବାମୀ ଏବଂ ତାଙ୍କ ପୁଅ କିଛି ବୁଝିବା ପୂର୍ବରୁ ସେମାନେ ସେଠାରୁ ଖସି ପଳାଇଥିଲେ। ମହିଳାଙ୍କ ବଡ଼ ପୁଅ କହିଛନ୍ତି, ସେମାନେ ତାଙ୍କ ମା’ଙ୍କୁ ହସ୍ପିଟାଲ ନେବା ପରିବର୍ତ୍ତେ ଘର ଆଗରେ ଫୋପାଡ଼ି ଦେଇ ପଳାଇବାରୁ ସନ୍ଦେହ ବଢ଼ିଥିଲା । ଏହାପରେ ସେମାନେ ସ୍ଥାନୀୟ ପୁଲିସ ଥାନାକୁ ଯାଇ ସବୁ କଥା କହିବା ପରେ ପୁଲିସ ତତ୍ପରତା ଦେଖାଇଥିଲା । ପୀଡ଼ିତାଙ୍କ ଶବବ୍ୟବଚ୍ଛେଦ ରିପୋର୍ଟରୁ ତାଙ୍କୁ ଦୁଷ୍କର୍ମ ପରେ ଗୁପ୍ତାଙ୍ଗରେ ରଡ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular