spot_img

ତେଲକୋଇ ଗାଁରେ ଦନ୍ତାହାତୀର ଉପଦ୍ରବ

ତେଲକୋଇ :  ତେଲକୋଇ ବନାଞ୍ଚଳ ଅଧିନସ୍ଥ ହାଲପୋଡି ଗାଁରେ ଗୋଠଛଡା ଦନ୍ତାହାତୀର ଉପଦ୍ରବ ଦେଖାଦେଇଛି । ଘର ଭାଙ୍ଗିବା ସହ ଏକର ଏକର ଫସଲ ନଷ୍ଟ କରିଛି ଦନ୍ତା ।

ଖବର ଅନୁଯାୟୀ, ବୁଧବାର ବିଳମ୍ବିତ ରାତିରେ ଦନ୍ତା ହାତୀ ଗାଁ ଭିତରେ ପଶି ନାଥ ନାୟକଙ୍କ ଘର ଭାଙ୍ଗି ଦେଇଥିଲା । ଘର ଭାଙ୍ଗିବା ଶବ୍ଧ ଶୁଣି ପରିବାର ଲୋକେ ଉଠିଥିଲେ , ଏବଂ ଦେଖିଲାବେଳକୁ ଘର ସମ୍ମୁଖରେ ଦନ୍ତାହାତୀ ଛିଡା ହୋଇରହିଛି । ପରିବାର ଲୋକେ ଭୟରେ ଘର ଭିତରକୁ ପଳାଇ ଯାଇଥିଲେ ଏବଂ ହାତୀ ଆକ୍ରମଣରୁ ଅଳ୍ପକେ ବର୍ତିଯାଇଥିଲେ । ସେପଟେ ଗାଁର ଏକର ଏକର  ଆଳୁଫସଲକୁ ଖାଇବା ସହ ଦଳିମକଚି ନଷ୍ଟ କରିଦେଇଛି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular