spot_img

ବାପାଙ୍କ ଚିକିତ୍ସା ପାଇଁ ଦିବ୍ୟାଙ୍ଗ ନାବାଳିକା ମାଗୁଛି ଭିକ

ନିମାପଡା: ବାପାର ଚିକିତ୍ସା ନିମନ୍ତେ ଭିକ୍ଷାବୃତ୍ତିକୁ ଆଦରୀନେଲା ନାବାଳିକା ଦିବ୍ୟାଙ୍ଗ ଝିଅ ଏବଂ ପରିବାର ପ୍ରତିପୋଷଣ ପାଇଁ ପରଦୁଆରେ ମୂଲ ଲାଗୁଛି ନାବାଳକ ପୁଅ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ନିମାପାଡ଼ା ପୈାରାଞ୍ଚଳ ଅଧିନ ହାଟସାହିଗ୍ରାମରେ । ଗ୍ରାମର ମଲ୍ଲିକ ସାହିର ବାସିନ୍ଦା ହେଉଛନ୍ତି ଲକ୍ଷ୍ମୀଧର ମଳିକ । ଆଜକୁ ଦୀର୍ଘ ୬ମାସ ହେବ ଶଯ୍ୟାସାୟୀ । ଡାକ୍ତରୀ ପରୀକ୍ଷା ପରେ ଜଣା ପଡ଼ିଲା ଲକ୍ଷ୍ମୀଧର ବୋନ ଟିବିରେ ଆକ୍ରାନ୍ତ । ପରିବାରର ଏକମାତ୍ର ରୋଜଗାର କ୍ଷମ ଥିଲେ ଲକ୍ଷ୍ମୀଧର । ଚିକିତ୍ସା ପାଇଁ ଲକ୍ଷାଧିକ ଟଙ୍କାର ଆବଶ୍ୟକତା ରହିଛି । ବାପାଙ୍କୁ ଭଲକରିବା ଲକ୍ଷ୍ୟରେ ଦିବ୍ୟାଙ୍ଗ ନାବାଳିକ ସାନୁ ମନରେ ସାହାସ ବାନ୍ଧି ଭିକ୍ଷାବୃତ୍ତିକୁ ଆଦରୀ ନେଇଥିବା ବେଳେ ନାବାଳକ ଭାଇ ମାନସ ଆଉ ପାଦେ ଆଗେଇ ପରିବାର ପାଇଁ ଦାନା ଯୋଗାଡ଼ରେ ଲାଗିପଡ଼ିଛି । ଲକ୍ଷ୍ମୀଧର ବୋନ ଟିବିରେ ଆକ୍ରାନ୍ତ ହୋଇଥିବାରୁ ପରିବାରର ଆର୍ଥୀକସ୍ଥିତି ଭୁଷୁଡ଼ି ପଡ଼ିଛି । ଚିକିତ୍ସା ପାଇଁ ଲକ୍ଷାଧିକ ଟଙ୍କାର ଆବଶ୍ୟକତା ରହିଛି । ଅର୍ଥ ଅଭାବରୁ ଲକ୍ଷ୍ମୀଧରଙ୍କ ଚିକିତ୍ସା ହୋଇପାରୁନାହିଁ । ଆମ ଠାରୁ ସୂଚନା ପାଇଁ ରିମେଡ଼ିଆଲ ଚାରିଟେବୁଲ ଟ୍ରଷ୍ଟର ସଦସ୍ୟମାନେ ସେଠାରେ ପହଞ୍ଚô ଅର୍ଥ ସହାୟତା କରିବା ସହିତ ଆଗକୁ ଅଧିକ ଚିକିତ୍ସା ପାଇଁ ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି । ସେପଟେ ଏବିଷୟରେ ପୈାରପ୍ରଶାସନ ଅବଗତ ନଥିବା ଜଣାପଡ଼ିଛି । ମାତ୍ର ଏହା ଜାଣିବା ପରେ ଲକ୍ଷ୍ମୀଧରଙ୍କ ଚିକିତ୍ସା ପାଇଁ ରେଡ଼କ୍ରସ ପାଣ୍ଠିରୁ ଅର୍ଥ ଯୋଗାଇଦିଆଯିବ ବୋଲି ପ୍ରଶାସନ ତରଫରୁ ସୂଚନା ମିଳିଛି । ସରକାର ଗରିବମାନଙ୍କ କଲ୍ୟାଣ ପାଇଁ ଯୋଜନା ପ୍ରସ୍ତୁତ କରିଚାଲିଛନ୍ତି । ହେଲେ ସରକାରଙ୍କ ଏହି ଯୋଜନା ଦ୍ୱାରା ପ୍ରକୃତ ହିତାଧିକାରୀ କେବେ ଲାଭବାନ ହେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular