ଖୋର୍ଦ୍ଧା: ରାଜ୍ୟରେ ବେଧଡ଼କ ଚାଲିଛି ଧଳଜହର ବେପାର । କୋଟିଏ ୩୧ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରାଯାଇଛି । ୧ କିଲୋ ୩୧୦ ଗ୍ରାମର ଧଳାଜହର ଖୋର୍ଦ୍ଧା ବାଇପାସରୁ ଜବତ କରାଯାଇଛି । ଖୋର୍ଦ୍ଧା କାଇପଦର ଏସ.କେ ଅନୱରକୁ ଏହି ଘଟଣାରେ ଗିରଫ କରିଯାଇଛି । ଆଜି କୋର୍ଟ ଚାଲାଣ କରାଯିବ । ସେପଟେ, ପୁରୀ ଅବକାରୀ ବିଭାଗ ଓ ମୋବାଇଲ ପାର୍ଟି ଚଢ଼ାଉ କରି ଦୁଇ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରିଛି । ଦୁଇ ଜଣ ହେଲେ ପୁରୀ ସିଦ୍ଧ ମହାବୀରର ଶିବପ୍ରସାଦ ବେହେରା ଓ ରଘୁନାଥ ଦାସ । ଏମାନଙ୍କ ଠାରୁ ୨୦୦ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି। ଏହାର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ଟଙ୍କା ହେବ । ପୂର୍ବ ସୂଚନା ପାଇ ଜଗି ରହିଥିବା ଅବକାରୀ ବିଭାଗ ଓ ମୋବାଇଲ ପାର୍ଟି ଖସି ପଳାଉଥିବା ଦୁଇ ଜଣକୁ କାବୁ କରିଛି। ସେମାନଙ୍କ ଠାରୁ ୨୦୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି। ଏଣେ ମୁଖ୍ୟ ବ୍ରାଉନସୁଗାର ବେପାରୀଙ୍କୁ ଖୋଜୁଛି ବିଭାଗ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0