ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାର ପରଜଙ୍ଗ ଥାନା ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ କରାଯାଇ ବିପୁଳ ପରିମାଣର ଚୋରା ଦେଶୀ ମଦ ଜବତ କରାଯାଇଛି। ଏଥିସହ ମାରଣାସ୍ତ୍ର ଜବତ ହୋଇଥିବାର ଖବର ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ଆମ୍ବପଳାସ ଗ୍ରାମ ନିକଟରୁ ଏକ ଦେଶୀ ରନ୍ଧା ମଦ ବୋଝେଇ ବୋଲେରୋ ଗାଡ଼ିକୁ ପୁଲିସ ଜବତ କରିଛି। ଏହି ଗାଡ଼ିରେ ୧୨ଟି ବଡ଼ ବ୍ଲାଡରରେ ଚୋରା ମଦ ୭ଟି ଜରି ବସ୍ତାରେ ବୋଝେଇ ହୋଇ ବାହାରକୁ ଚୋରା ଚାଲାଣ ହେଉଥିଲା। ଗାଡ଼ି ଭିତରୁ ଏକ ଖଣ୍ଡା ଓ ଏକ ଭୁଜାଲି ମଧ୍ୟ ଜବତ କରାଯାଇଛି। ତେବେ ବୋଲେରୋ ଚାଳକ ଓ ଅନ୍ୟ ଜଣେ ବ୍ୟକ୍ତି ଗାଡ଼ିରୁ ଡେଇଁ ଖସି ପଳାଇବାରେ ସକ୍ଷମ ହୋଇଛନ୍ତି। ଏନେଇ ପରଜଙ୍ଗ ଥାନାରେ ଏକ ମାମଲା ରୁଜ୍ଜୁ କରାଯାଇ ତଦନ୍ତ କରାଯାଉଛି ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0