ରାଜକନିକା : ମାନସିକ ବିକାରଗ୍ରସ୍ତ ଦୁଇ ଭାଇଙ୍କୁ ଆର୍ଥିକ ସହାୟତା ଯୋଗାଇଲେ ସମାଜ ସେବୀ । ରାଜକନିକା ବ୍ଲକର ଗଞ୍ଜା ଗାଁ ବଗିଚାସାହିର ମୁରଲୀଧର ସୁତାର ଓ କନକ ଲତା ସୁତାରଙ୍କ ପରିବାରକୁ ସହାୟତା ଯୋଗାଇଲେ ସମାଜସେବୀ । ଦୁଇପୁଅ ଦିଲୀପ ଓ ପ୍ରତାପ ଦୁହେଁ ମାନସିକ ବିକାରଗ୍ରସ୍ତ । ବିଧବା ମା କନକ ଓ ତାଙ୍କ ଦୁଃଖୀ ପରିବାର ନିକଟରେ ରାଜକନିକା ଅଞ୍ଚଳର ସମାଜସେବୀ ଦଶରଥ ସେନାପତି ପହଞ୍ଚି ସେମାନଙ୍କର ଚିକିତ୍ସା ଲାଗି ଆର୍ଥିକ ସହାୟତା ପ୍ରଦାନ କରି ନିଜର ମହାନିୟତା ଦେଖାଇଛନ୍ତି। ତେବେ “ରାଜକନିକା ସାମ୍ବାଦିକ ସଙ୍ଘ”ର ସଦସ୍ୟ ମାନେ କିଛିଦିନ ପୂର୍ବରୁ ଏହି ଦୁଃଖଦ ପରିବାରଙ୍କ ଅସହାୟତା କୁ ନେଇ ଖବର ପ୍ରଶାରଣ କରିଥିଲେ। ଯାହାକୁ ଦେଖି ସୁଦୂର କଟକରୁ ଶ୍ରୀଯୁକ୍ତ ସେନାପତି ଏହି ଦୁଃଖଦ ପରିବାର ନିକଟରେ ପହଞ୍ଚି ଚିକିତ୍ସା ଲାଗି ସହାୟତାର ହାତ ବଢ଼ାଇ ଥିବା କହିଛନ୍ତି।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0