spot_img

ବାୟୁସେନାରେ ସାମିଲ ହେବ  ଫ୍ରାନ୍ସର ‘ହେମର’ କ୍ଷେପଣାସ୍ତ୍ର

ନୂଆଦିଲ୍ଲୀ: ଆସନ୍ତା ଜୁଲାଇ ୨୯ ତାରିଖରେ ରାଫେଲ ଯୁଦ୍ଧ ବିମାନର ପ୍ରଥମ ପର୍ଯ୍ୟାୟ ହସ୍ତାନ୍ତର ହେବାକୁ ଯାଉଛି । ଭାରତୀୟ ବାୟୁସେନା ରାଫେଲ ଯୁଦ୍ଧ ବିମାନରେ ଫ୍ରାନ୍ସର ସବୁଠାରୁ ଘାତକ କ୍ଷେପଣାସ୍ତ୍ର ‘ହେମର’ ଖଞ୍ଜିବା ପାଇଁ  ନିଷ୍ପତ୍ତି ନେଇଛନ୍ତି । ଏ ବାବଦରେ ଫ୍ରାନ୍ସ ସହ ଚୁକ୍ତି ଚୂଡ଼ାନ୍ତ ହୋଇଛି । ଯୁଦ୍ଧକାଳୀନ  ଭିତ୍ତିରେ ଏହା ଭାରତକୁ ଆସିବ ଏବଂ ଏହାକୁ ରାଫେଲରେ ଖଞ୍ଜାଯିବା ନେଇ ମଧ୍ୟ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ବୋଲି ବାୟୁସେନା ସୂତ୍ରରୁ ଜଣାପଡ଼ିଛି । କ୍ଷେପଣାସ୍ତ୍ର ୬୦-୭୦ କିମି ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିବାର କ୍ଷମତା ରଖୁଛି । ଫ୍ରାନ୍ସର ପ୍ରତିରକ୍ଷା ବିଭାଗ ଭାରତକୁ ଖୁବ୍ ଶୀଘ୍ର ଏହି କ୍ଷେପଣାସ୍ତ୍ର ଉପଲବ୍ଧ କରାଇବ ବୋଲି କହିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular