spot_img

ଝାରସୁଗୁଡାକୁ ବସ୍ କଟକଣା

ଝାରସୁଗୁଡା: କରୋନା ମୁକାବିଲା ପାଇଁ ଝାରସୁଗୁଡା ଜିଲ୍ଲା ପ୍ରଶାସନ ବସ୍ ଚଳାଚଳ ନେଇ ନୂଆ କଟକଣା ଜାରି କରିଛନ୍ତି । କଟକଣା ଅନୁଯାୟୀ ରାଜ୍ୟର କେତେକ ନିର୍ଦ୍ଧିଷ୍ଟ ଅଞ୍ଚଳକୁ ବସ୍ ସେବା ବନ୍ଦ ରହିବ । ବ୍ରହ୍ମପୁର ଓ ଗଞ୍ଜାମ ସହରରେ କରୋନା ସଂକ୍ରମାକଙ୍କ ସଂଖ୍ୟା ବହୁଳ ପରିମାଣରେ ବୃଦ୍ଧି ପାଉଛି । ତେଣୁ ଏହି ଦୁଇ ସହରକୁ ଝାରସୁଗୁଡାରୁ ବସ୍ ସେବା ବନ୍ଦ ରହିବା ନେଇ ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ମିଳିଛି । ଏଥି ସହିତ ଭୁବନେଶ୍ୱର, ବାଲେଶ୍ୱର, ଭଦ୍ରକ ଓ ରାଉଲକେଲା ସହରକୁ ମଧ୍ୟ ବସ୍ ଚଳାଚଳ ବନ୍ଦ ରହିବ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular