ନୂଆଦିଲ୍ଲୀ: କେନ୍ଦ୍ର ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ୟଶୋ ନାୟକ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଏକ ଉତ୍ସବରେ ସେନାଧ୍ୟକ୍ଷ ଜେନେରାଲ ଏମ୍.ଏମ୍. ନରୱଣେଙ୍କୁ ଏକଲକ୍ଷ ବୁଲେଟ୍ପ୍ରୁଫ୍ ଜ୍ୟାକେଟ୍ ପ୍ରଦାନ କରିଛନ୍ତି । ଏହି ଅବସରରେ ଶ୍ରୀ ନରୱଣେ କହିଛନ୍ତି ଶତ୍ରୁ ସହିତ ସଂଗ୍ରାମରତ ଆମ ବୀର ଯବାନମାନଙ୍କ ଅମୂଲ୍ୟ ଜୀବନକୁ ସୁରକ୍ଷା ଯୋଗାଇଦେବା ପାଇଁ ସରକାର ସର୍ବଦା ପ୍ରତିଶ୍ରୁତିବଦ୍ଧ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାର ଯବାନମାନଙ୍କ ନିରାପତ୍ତା ଉପରେ ସର୍ବାଧିକ ପ୍ରାଥମିକତା ଦେଉଛନ୍ତି। ଯବାନମାନଙ୍କୁ ସବୁ ସମୟରେ ସର୍ବୋତ୍କୃଷ୍ଟ ଅସ୍ତ୍ରଶସ୍ତ୍ର ଏବଂ ସୁରକ୍ଷା ଉପକରଣ ଯୋଗାଇବାକୁ ସରକାର ସୁନିଶ୍ଚିତ କରିବେ ଏବଂ ଏହା ସବୁବେଳେ ପ୍ରାଥମିକତାର ପ୍ରସଙ୍ଗ ହୋଇ ରହିବ।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0