ଅନୁଗୁଳ: ଅନୁଗୁଳ ଓ ସାତକୋଶିଆ ବନଖଣ୍ଡର ବିଭିନ୍ନ କାର୍ୟ୍ୟାଳୟରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି । ବାଉଁଶ ଚାରା ରୋପଣରେ ହେରଫେର ଅଭିଯ଼ୋଗରେ ଏହି ଚଢାଉ କରିଛି ଭିଜିଲାନ୍ସ। ବିଭିନ୍ନ ସ୍ଥାନରେ ରେଡ କରୁଛି ଭିଜିଲାନ୍ସର ୪୦ ଜଣିଆ ଟିମ। ଅନୁଗୁଳ ବନଖଣ୍ଡ ବନ୍ତଳା ରେଞ୍ଜରେ ବାଉଁଶ ଗଛ ଲଗାଇବାରେ ହେରଫେର ହେବା ନେଇ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଯେଉଁ ଅଭିଯୋଗ ପରେ ବନ୍ତଳା ରେଞ୍ଜ ନୂଆକ୍ଷେତା ଜଙ୍ଗଲ ଭିତରେ ଛାନଭିନ କରିଛନ୍ତି ଭିଜିଲାନ୍ସ ଅଧିକାରୀ ମାନେ। ଅଭିଯୋଗ ଅନୁସାରେ ଗତ ତିନିବର୍ଷ ତଳେ ଜଙ୍ଗଲରେ ବାଉଁଶ ଗଛ ଲଗାଇବା ସହିତ ବାଉଁଶ ବୁଦାର ବିକାଶ ଓ ସଂରକ୍ଷଣ ପାଇଁ କାମ୍ପା ପାଣ୍ଠିରୁ ବନ୍ତଳା ରେଞ୍ଜକୁ ଅନୁଦାନ ଦିଆଯାଇଥିଲା । ହେଲେ କାମ ନହୋଇ ଟଙ୍କା ଉଠାଯାଇଥିବା ଅଭିଯୋଗ ହୋଇଥିଲା। ଏନେଇ ଲୋକାୟୁକ୍ତଙ୍କ ନିକଟରେ ଲିଖିତ ଅଭିଯୋଗ ହୋଇଥିଲା । ଏହି ମାମଲାର ଶୁଣାଣି କରି ଲୋକାୟୁକ୍ତ ଘଟଣାର ତଦନ୍ତ କରିବାକୁ ଅନୁଗୁଳ ଭିଜିଲାନ୍ସ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଲୋକାୟୁକ୍ତଙ୍କ ନିର୍ଦ୍ଦେଶ ପରେ ଆଜି ଭିଜିଲାନ୍ସର ୪୦ ଜଣିଆ ଟିମ ଏହି ଚଢାଉ ଜାରି ରଖିଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0