spot_img

୭୦ ବର୍ଷରେ ପହଁଞ୍ଚିଲା ଭାରତ-ଜର୍ମାନୀ ଦ୍ୱିପକ୍ଷୀୟ ସଂପର୍କ

ନୂଆଦିଲ୍ଲୀ: ୭୦ ବର୍ଷରେ ପହଁଞ୍ଚିଲା ଭାରତ-ଜର୍ମାନୀ ଦ୍ୱିପକ୍ଷୀୟ ସଂପର୍କ । ଏନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଜର୍ମାନୀ ଚାନ୍ସେଲର ଡକ୍ଟର ଆଞ୍ଜେଲା ମର୍କେଲ୍ ଭିଡ଼ିଓ ଟେଲି କନ୍ଫରେନ୍ସ ଯୋଗେ ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା କରିଛନ୍ତି। ୟୁରୋପୀୟ ଏବଂ ବିଶ୍ୱ ସ୍ତରରେ ସ୍ଥିର ଏବଂ ଦୃଢ଼ ନେତୃତ୍ୱ ପ୍ରଦାନ କରିବାରେ ଚାନ୍ସେଲର ମର୍କେଲଙ୍କର ପ୍ରଭାବଶାଳୀ ଭୂମିକାକୁ ଶ୍ରୀ ମୋଦୀ ପ୍ରଶଂସା କରିବା ସହ ଭାରତ-ଜର୍ମାନୀ ନୀତିଗତ ଭାଗିଦାରୀକୁ ମଜବୁତ କରିବା ଦିଗରେ ମାର୍ଗଦର୍ଶନ ପାଇଁ ମଧ୍ୟ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular