ଭୁବନେଶ୍ବର: ଆଜି ରାଜ୍ୟରେ ସର୍ବାଧିକ ୧୫୯୪ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଆଜି ୨୮ ଜିଲ୍ଲାରୁ ଏହି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି । ଏମାନଙ୍କ ଭିତରୁ ସଂଗରୋଧ କେନ୍ଦ୍ରରୁ ୧୦୬୭ ଓ ସ୍ଥାନୀୟ ଅଞ୍ଚଳରୁ ୫୨୭ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୨,୬୯୩କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଏବେ ଆସନ୍ତୁ ଜାଣିବା ଏଯାବତ୍ କେଉଁ ଜିଲ୍ଲାରେ କେତେଜଣ ଆକ୍ରାନ୍ତ ଅଛନ୍ତି। ଏବେ ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୭୬୩୪ ଥିବା ବେଳେ ଖୋର୍ଦ୍ଧାରେ ୨୬୭୬, କଟକରେ ୧୫୬୭, ଗଜପତିରେ ୮୧୯, ଯାଜପୁରରେ ୧୦୬୫, ବାଲେଶ୍ବରରେ ୭୮୫, ଜଗତସିଂହପୁର ଜିଲ୍ଲାରେ ୬୧୭, ପୁରୀରେ ୪୯୬, କେନ୍ଦ୍ରାପଡ଼ାରେ ୪୦୬, ଭଦ୍ରକ ଜିଲ୍ଲାରେ ୪୮୩, ସୁନ୍ଦରଗଡ଼ରେ ୯୭୩, ବଲାଙ୍ଗୀରରେ ୩୦୪, କନ୍ଧମାଳରେ ୩୧୪, ମୟୂରଭଞ୍ଜରେ ୫୩୧, ନୟାଗଡ଼ରେ ୪୨୦, କେନ୍ଦୁଝରରେ ୪୮୩, ନୂଆପଡ଼ାରେ ୧୦୨, ଝାରସୁଗୁଡ଼ାରେ ୨୭୧, ଢେଙ୍କାନାଳରେ ୧୫୨, କଳାହାଣ୍ଡିରେ ୧୧୦, ବରଗଡ଼ ଜିଲ୍ଲାରେ ୪୨୦, ଅନୁଗୁଳରେ ୨୪୭, ମାଲକାନଗିରିରେ ୩୮୧, ସମ୍ବଲପୁରରେ୨୪୭, ଦେବଗଡ଼ରେ ୬୯, ବୌଦ୍ଧରେ୧୨୩, ସୁବର୍ଣ୍ଣପୁର ଜିଲ୍ଲାରେ ୬୮, କୋରାପୁଟରେ ୪୧୪, ରାୟଗଡ଼ା ଜିଲ୍ଲାରେ ୪୨୨ ଓ ନବରଙ୍ଗପୁର ଜିଲ୍ଲାରେ ୧୮୩ରେ ପହଞ୍ଚିଛି ।
ସୂଚନାଯୋଗ୍ୟ, ଏବେ ରାଜ୍ୟରେ ମୋଟ୍ ୧୪,୩୯୨ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୧୪୮ ରହିଛି। ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୨୦କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0