spot_img

ପ୍ରସିଦ୍ଧ ନୃତ୍ୟଶିଳ୍ପୀ ଅମଲା ଶଙ୍କରଙ୍କ ପରଲୋକ

କଲିକତା: ଶୁକ୍ରବାର ସକାଳେ ପ୍ରସିଦ୍ଧ ନୃତ୍ୟଶିଳ୍ପୀ ଅମଲା ଶଙ୍କରଙ୍କ ପରଲୋକ ହୋଇଯାଇଛି । କଲିକତାସ୍ଥିତ ନିଜ ବାସ ଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ଜଣାପଡିଛି । ମୃତ୍ୟୁ ବେଳକୁ ତାଙ୍କୁ ୧୦୧ବର୍ଷ ବୟସ ହୋଇଥିଲା । ଅତ୍ୟଧିକ ବୟସ କାରଣରୁ ସେ କିଛି ଦିନ ହେବ ଅସୁସ୍ଥ ଥିଲେ । ଏନେଇ ତାଙ୍କ ନାତୁଣୀ ଶ୍ରୀନନ୍ଦା ଶଙ୍କର ସାମାଜିକ ଗଣମାଧ୍ୟରେ ପ୍ରକାଶ କରିଛନ୍ତି । ତାଙ୍କ ମୃତ୍ୟୁ ଖବର ପାଇ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୋକ ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଅମଲା ଶଙ୍କରଙ୍କ ଚାଲିଯିବା ନୃତ୍ୟ ଜଗତରେ ଅପୁରଣୀୟ ସ୍ଥାନ ସୃଷ୍ଟି କରିଛି ।

୧୯୧୯ରେ କଲିକତାର ଜସୋର ସ୍ଥାନରେ ସେ ଜନ୍ମ ଗ୍ରହଣ କରିଥିଲେ । ପରେ ଦେଶ ତଥା ଦେଶ ବାହାରେ ନୃତକଳାକୁ ନେଇ ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ୧୯୩୦ରେ ତାଙ୍କର ଗୁରୁ ଉଦୟ ଶଙ୍କରଙ୍କ ସହ ତାଙ୍କର ପ୍ରଥମ ଦେଖା ହୋଇଥିଲା । ସେତେବେଳେ ତାଙ୍କୁ ମାତ୍ର ୧୧ ବର୍ଷ ବୟସ ହୋଇଥିଲା । ୧୯୩୧ ମସିହାରେ ବେଲଜିୟମରେ ସେ ପ୍ରଥମେ ନୃତ୍ୟ ପ୍ରଦର୍ଶନ କରିଥିଲେ । ୧୯୩୯ ରେ ତାଙ୍କ ଗୁରୁ ତାଙ୍କୁ ବିବାହ ପ୍ରସ୍ତାବ ଦେଇଥିବା ବେଳେ ଉଭୟ ୧୯୪୨ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular