spot_img

ବିଶ୍ୱ ରେକର୍ଡ ହାସଲ କରିବେ ଧୋନୀ

ନୂଆଦିଲ୍ଲୀ: ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ବିଶ୍ୱ ରେକର୍ଡ କାରିବା ପାଇଁ ଯାଉଛନ୍ତି । ଧୋନୀ ଆଇପିଏଲ ୨୦୨୧ରେ ୧୫୦ କୋଟି ଟଙ୍କା ରୋଜଗାର କରିବାରେ ପ୍ରଥମ କ୍ରିକେଟର ହେବାକୁ ଯାଉଛନ୍ତି । ତେବେ ଆଇପିଏଲର ଚେୟାରମ୍ୟାନ ବୃଜେଶ ପଟେଲଙ୍କ କହିବା ଅନୁସାରେ, ପ୍ରତ୍ୟେକ ପ୍ରାଞ୍ଚାଇଜି ଖେଳାଳିଙ୍କୁ ରିଟର୍ନ କରିପାରିବେ ଏବଂ ଫେବୃଆରୀ ୪ରେ ଟ୍ରେଣ୍ଡିଙ୍ଗ ୱଣ୍ଡୋ ବନ୍ଦ ହୋଇଯିବ । ଫଳରେ ଚେନ୍ନାଇ ସୁପରକିଙ୍ଗସର ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ରିଟର୍ନ କରିବ । ଅନ୍ୟପଟେ ଚେନ୍ନାଇ ଧୋନୀଙ୍କୁ ୧୫ କୋଟି ଟଙ୍କାରେ କିଣିଥିଲା । ଏପର୍ଯ୍ୟନ୍ତ ଧୋନୀ ଆଇପିଏଲରେ ମୋଟ ୧୩୭.୮ କୋଟି ଟଙ୍କା ରୋଜଗାର କରିସାରିଛନ୍ତି । ଆଗାମୀ ସିଜନରେ ତାଙ୍କ ମୂଲ୍ୟ ୧୫ କୋଟି ଟଙ୍କାରୁ ଅଧିକ ହେବ । ଯାହାଫଳରେ ସେ ୧୫୦ କୋଟିରୁ ଅଧିକ ଟଙ୍କା ରୋଜଗାର କରିବାରେ ପ୍ରଥମ କ୍ରିକେଟର ହେବା ପାଇଁ ଯାଉଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular