ରାଜକନିକା: ନ୍ୟାୟ ନ ମିଳିଲେ ଆତ୍ମହତ୍ୟା କରିବାର ଚେତାବନୀ ଦେଲେ ଦମ୍ପତ୍ତି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାଜକନିକାର କନିକା ତହସିଲ ସମ୍ମୁଖରେ । ସିକୋ ଗାଁର ମହେଶ୍ୱର ସାହୁ ଓ ଶର୍ମିଳା ସାହୁ ନ୍ୟାୟ ନ ପାଇ ଧାରଣାରେ ବସିଛନ୍ତି । ଗାଁରେ କୌଣସି ଜମିଜମାକୁ ନେଇ ଗଣ୍ଡଗୋଳ ହୋଇଥିଲା । ଗଣ୍ଡଗୋଳରେ ମହେଶ୍ୱର ସାହୁଙ୍କୁ ଅପରପକ୍ଷ ମାଡ ମାରିଥିଲେ । ଫଳରେ ମହେଶ୍ୱର ସେଥିରେ ଆହତ ହୋଇଥିଲେ । ନ୍ୟାୟ ପାଇବା ପାଇଁ ସେ ପ୍ରଥମେ ରାଜକିନା ଥାନା ଓ ପରେ ଏସପି ଅଫିସ ବାରମ୍ବାର ଅଭିଯୋଗ କରିଥିଲେ । ତାଙ୍କୁ କୌଣସି ନ୍ୟାୟ ମିଳିନଥିଲା । ବାଧ୍ୟ ହୋଇ ସେ ତାଙ୍କ ପତ୍ନୀ ଶର୍ମିଳା ସାହୁ ଏବଂ ତାଙ୍କ ଦୁଇ ଛୋଟ ଝିଅଙ୍କୁ ଧରି କନିକା ତହସିଲ ଆଗରେ ଧାରଣାରେ ବସିଛନ୍ତି । ତେବେ ସେମାନଙ୍କୁ ନ୍ୟାୟ ନମିଳିଲେ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0