spot_img

ଆଠଗଡରେ ପୁଣି ଫେରିଲା କଣ୍ଟେନମେଣ୍ଟ ଜୋନ୍‌

ଆଠଗଡ : କଟକ ଜିଲ୍ଲାରେ କରୋନାକୁ ନେଇ ଭୟର ବାତାବରଣ । ଆଠଗଡରେ ପୁଣି ଫେରିଲା କଣ୍ଟେନମେଣ୍ଟ ଜୋନ୍‌ । ରାଧାକୃଷ୍ଣପୁର ପଞ୍ଚାୟତର ଖଣ୍ଡୁଆଳି ଗାଁରେ ୧୬ ଜଣ ପଜିଟିଭ ଚିହ୍ନଟ ହେବା ପରେ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ଖଣ୍ଡୁଆଳି ଗାଁକୁ ୭ ଦିନ ପାଇଁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ପ୍ରଶାସନ । କଣ୍ଟାକ୍ଟ ଟ୍ରେସିଂ କରାଯାଇ ଗାଁରେ ପୁଣି ଟେଷ୍ଟି କରାଯିବା ନେଇ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ଖବର ଅନୁଯାୟୀ, ଗାଁରେ କିଛି ଲୋକଙ୍କ ଠାରେ କରୋନା ସଂକ୍ରମଣ ଦେଖାଦେଇଥିଲା । ଯାହାପରେ କଣ୍ଟାକ୍ଟରେ ଆସିଥିବା ଲୋକଙ୍କ ଟେଷ୍ଟ କରାଯାଇଥିଲା । ଟେଷ୍ଟ ପରେ ଖଣ୍ଡୁଆଳି  ଗାଁରୁ ୧୬ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା । ଯାହାପରେ ତୁରନ୍ତ ଆକ୍ସନକୁ ଆସିଥିଲା ଜିଲ୍ଲା ପ୍ରଶାସନ । ତୁରନ୍ତ ଖଣ୍ଡୁଆଳି ଗାଁକୁ ୭ ପାଇଁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ଏପରିକି ଚିହ୍ନଟ ହୋଇଥିବା ସମସ୍ତ ପଜିଟିଭ୍‌ଙ୍କୁ ହୋମ ଆଇସୋଲେସନରେ ଚିକିତ୍ସା କରାଯିବ ।  ଏହା ସହିତ ଉକ୍ତ ଗ୍ରାମକୁ କଣ୍ଟାକ୍ଟ ଟ୍ରେସିଂ କରାଯାଇ ପୁଣି ଥରେ ଟେଷ୍ଟିଂ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular