ଭୁବନେଶ୍ବର : ରାଜ୍ୟରେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ କୁହୁଡ଼ି ଆସ୍ତରଣ ଦେଖିବାକୁ ମିଳିବ। କିଛି କିଛି ଜିଲ୍ଲûରେ ଘନ କୁହୁଡ଼ିର ବି ସମ୍ଭାବନା ରହିଛି। ଏଥିପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ସତର୍କ ରହିବାକୁ ଚେତାଇ ଦେଇଛନ୍ତି ସ୍ବତନ୍ତ୍ର ରିଲିଫ କମିସନ। ଶନିବାର ସକାଳୁ ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଯାଜପୁର ଓ ଭଦ୍ରକ ଆଦି ଜିଲ୍ଲାରେ ଘନ କୁହୁଡ଼ି ଦେଖାଦେବ। ସେହିପରି ୧୦ ତାରିଖରେ ଜଗତସିଂହପୁର, ଭଦ୍ରକ, କଟକ ଓ କେନ୍ଦ୍ରାପଡ଼ା ଆଦି ଜିଲ୍ଲାରେ ଘନକୁହୁଡ଼ି ଦେଖାଦେବ। ଏଣୁ ଏସବୁ ଜିଲ୍ଲା ପାଇଁ ୟେଲୋ ୱାଣ୍ଣିଂ ଜାରି କରାଯାଇଛି। ଏହି ସମୟରେ ପୁଲିସ ଓ ପରିବହନ ଅଧିକାରୀମାନେ ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି ଏସଆରସି ପ୍ରଦୀପ ଜେନା। ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି, ରାଜ୍ୟରେ ପାଗ ଏବେ ଶୁଖିଲା ରହିଛି। ଏଥିସହ ଅଧିକାଂଶ ଜିଲ୍ଲାରେ ସକାଳୁ ହାଲକା କୁହୁଡ଼ି ମଧ୍ୟ ପଡ଼ୁଛି। ଆସନ୍ତା ୨ ଦିନ ରାଜ୍ୟର ଉପରୋକ୍ତ ଜିଲ୍ଲାଗୁଡ଼ିକରେ ଘନ କୁହୁଡ଼ି ଦେଖାଯିବ। ରାଜ୍ୟକୁ ପୂର୍ବା ଓ ଦକ୍ଷିଣା ପବନର ପ୍ରବାହ ଯୋଗୁଁ ଦିନ ଓ ରାତିର ତାପମାତ୍ରା ବଢ଼ିଛି। ଏହି ଭଳି ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଏହି ଦୁଇ ପବନର ପ୍ରବାହ ଜାରି ରହିବ। ଫଳରେ ଶୀତ ଅନୁଭୂତ ହେବ ନାହିଁ। ଆଜି ରାଜ୍ୟର ସର୍ବନିମ୍ନ ରାତ୍ରି ତାପମାତ୍ରା ଫୁଲବାଣୀଠାରେ ୧୪.୮ ଡିଗ୍ରି ରେକର୍ଡ ହୋଇଛି।



Visitors Today : 4
Total Visitors : 130173
Total Views : 9891620
Visitors Online Now : 0