spot_img

ଭୁଶୁଡ଼ିଲା କୋଲାବ ମୁଖ୍ୟ କେନାଲ ବନ୍ଧ

ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ସହର ଉପକଣ୍ଠ ଏକତାଗୁଡ଼ା ଦେଇ ଯାଇଥିବା ଅପର୍ କୋଲାବ ମୁଖ୍ୟ କେନାଲ ବନ୍ଧ ଗତ ରାତିରେ ଭୁଶୁଡ଼ି ଯାଇଛି। ଫଳରେ ଚାଷ ଜମିକୁ ପାଣି ମାଡ଼ିବାରେ ଲାଗିଛି । ଗତକାଲି ରାତିରେ ଏହି ଅଘଟଣ ଘଟିଛି ।

ସୂଚନାଯୋଗ୍ୟ,  ଅପର୍ କୋଲାବ ମୁଖ୍ୟ କେନାଲ ୫୦ରୁ ୬୦ ମିଟର୍ ବନ୍ଧ ଭୁଶୁଡ଼ି ଯିବାରୁ ଏକତାଗୁଡ଼ା ଅଞ୍ଚଳରେ ପାଣି ପଶିଯାଇଛି । ନିକଟରେ ଥିବା ଏକର ଏକର ଚାଷ ଜମିକୁ ପାଣି ମାଡ଼ିବାରେ ଲାଗିଛି । ଫଳରେ ଅଞ୍ଚଳବାସୀ ଗତକାଲି ରାତି ସାରା ଭୟରେ କାଟିଛନ୍ତି । ତେବେ ସୌଭାଗ୍ୟବଶତଃ କେନାଲର ପାଣି ଜନବସତି ଦିଗକୁ ମାଡ଼ି ନାହିଁ ।

ଘଟଣାସ୍ଥଳରେ ଗତକାଲି ରାତିରେ ଜୟପୁର ବିଧାୟକ ପହଞ୍ଚିଥିଲେ ।  ଏହାପରେ ବିଭାଗୀୟ ଅଧିକାରୀଙଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ କେହି ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନ ଥିଲେ। ପ୍ରାୟ ୩ରୁ ୪ ଘଣ୍ଟା ପାଣି ମାଡ଼ିବା ପରେ କେନାଲକୁ ବନ୍ଦ କରି ଦିଆଯାଇଛି।  ଫଳରେ କେନାଲ ପାଣି ଗାଁରେ ନ ପଶି ଚାଷ ଜମିରେ ମାଡ଼ିଥିଲା। ଏଥିଯୋଗୁ ଏକର ଏକର ଚାଷ ଜମି ଜଳମଗ୍ନ ରହିଛି।  କିପରି ଭାବେ ବନ୍ଧ ଭାଙ୍ଗିଲା ସେ ନେଇ ଅନୁଧ୍ୟାନ କରାଯିବ ବୋଲି ଅନୁଧ୍ୟାନ କରାଯାଉଛି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular