spot_img

ମହାରାଷ୍ଟ୍ର: ସରକାରୀ ହସ୍ପିଟାଲରେ ଅଗ୍ନିକାଣ୍ଡ, ୧୦ ନବଜାତ ଶିଶୁ ମୃତ

ମହାରାଷ୍ଟ୍ର: ଭଣ୍ଡାରା ଜିଲ୍ଲାରେ ଥିବା ସରକାରୀ ହସ୍ପିଟାଲରେ ଏକ ଅଭାବନୀୟ ଘଟଣା ଘଟିଛି । ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି ୧୦ ନବଜାତ ଶିଶୁôଙ୍କ ମୃତ୍ୟୁ ଘଟିଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ନବଜାତ କେୟାର ୟୁନିଟରେ ଶୁକ୍ରବାର ଶନିବାର ରାତ୍ର ୨ ଟାରେ ଅଗ୍ନିକାଣ୍ଡ ଘଟି ଏଭଳି ହୋଇଛି । ଏହି ୟୁନିଟରେ ୧୭ ନବଜାତ ଶିଶୁଙ୍କୁ ରଖାଯାଇଥିଲା ବୋଲି ଜିଲ୍ଲାପାଳ ସନ୍ଦୀପ କଦମ କହିଛନ୍ତି । ସେମାନଙ୍କ ମଧ୍ୟରୁ କେବଳ ୭ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ପାରିଛି । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଘଟଣାକୁ ନେଇ ଗଭୀର ଶୋକ ପ୍ରକାଶ କରିବା ସହିତ ଏହାର ତଦନ୍ତ୍ ନିଦେ୍ର୍ଦଶ ଦେଇଛନ୍ତି । ଏହା ସହିତ ମୁଖ୍ୟମନ୍ତ୍ରୀ ମୃତ ନବଜାତକଙ୍କ ପରିବାରଙ୍କ ପାଇଁ ୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି । ଏନେଇ ସେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେଙ୍କ ସହିତ ଆଲେଚନା କରିଛନ୍ତି । ଏହି ହୃଦୟ ବିଦାରକ ଘଟଣାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ରାହୁଲ ଗାନ୍ଧୀ ପ୍ରମୁଖ ଟ୍ୱିଟ କରି ଶୋକ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular